ହୋଣ୍ଡା ଆଭିଏଟର-୨୦୧୮ର ଭାରତରେ ପ୍ରବେଶ

0

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏବଂ ପ୍ରାଇଭେଟ ଲିମିଟେଡ ଦ୍ୱାରା ହୋଣ୍ଡା ଆଭିଏଟର-୨୦୧୮ର ଭାରତ ବଜାରରେ ପ୍ରବେଶ କରାଯାଇଛି। କମ୍ପାନୀ ଏହି ନୂତନ ମଡେଲ ସ୍କୁଟର ଦିଲ୍ଲୀରେ ସୋ-ରୁମ୍‍ ମୂଲ୍ୟ ୫୫, ୧୫୭ ଟଙ୍କା ରହିଛି। ହୋଣ୍ଡାର ଏହି ନୂତନ ମଡେଲରେ ୧୧୦ ସିସି, ନୂଆ ଏଲିଡି ଲାଇଟ୍‍, ସିଟ ଖୋଲିବାକୁ ସ୍ୱିଚ୍‍, ସ୍କୁଟିର ଆଗ ଭାଗରେ ଜିନିଷ ରଖିବାପାଇଁ ଏକ ହୁକ ଦିଆଯାଇଛି।
ଏହାବ୍ୟତୀତ ହୋଣ୍ଡା ଆଭିଏଟର-୨୦୧୮ରେ ମୋବାଇଲ ଚାର୍ଜର, ଆଗ ଫ୍ରଣ୍ଟ ଡିସ୍କ ବ୍ରେକ୍‍ ରହିଛି। ହୋଣ୍ଡା ଆଭିଏଟର-୨୦୧୮ ନୂତନ ମଡେଲ କଳା, ଲାଲ, ଧଳା ଓ ମେଟ ସିଲଭର ଚାରୋଟି ରଙ୍ଗରେ ଉପଲବ୍ଧ।

Leave A Reply