ହୋଣ୍ଡା ପକ୍ଷରୁ ‘ଝାଜ୍‍’ କାରର ବଜାର ପ୍ରବେଶ

0

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ପକ୍ଷରୁ ନୂଆ କାର ମଡେଲ ‘ଝାଜ’ର ବଜାର ପ୍ରବେଶ କରାଯାଇଛି। ଇନ୍ଧନ ଅନୁସାରେ ଝାଜ କାର ପେଟ୍ରୋଲ ଏବଂ ଡିଜେଲରେ ଚାଲି ପାରିବ। ଝାଜର ୪ଟି ମଡେଲ ପେଟ୍ରୋଲ ଏବଂ ୩ଟି ମଡେଲ ଡିଜେଲରେ ଚାଲିବ। ପେଟ୍ରୋଲରେ ଚାଳିତ ଝାଜ କାରର ମଡେଲ ଭି ଏବଂ ଭିଏକ୍ସ ଥିବାବେଳେ ଡିଜେଲରେ ଏସ, ଭି ଏବଂ ଭିଏକ୍ସ ମଡେଲ ରହିଛି। ସବୁ ମଡେଲ କାରର ମୂଲ୍ୟ ୭.୩୫ରୁ ୯.୨୯ ଲକ୍ଷ ମଧ୍ୟରେ ରହିଛି।
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡାର ଏହି ନୂତନ ମଡେଲ ସବୁ ଶ୍ରେଣୀର ଗ୍ରାହାକଙ୍କୁ ଦୃଷ୍ଟିରେ ରଖି କରାଯାଇଛି। ଏଥିରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। କାରର ପଛ ଭାଗରେ ଏଲ୍‍ଇଡି ଲାଇଟ, କ୍ରୋମିୟମ ହାଣ୍ଡେଲ ଏବଂ ଦୁଇଟି ନୂତନ ରଙ୍ଗର ବ୍ୟବହାର କରାଯାଇଛି। ସେହିପରି କାରର ଭିତର ପାଖରେ ୧୭.୭ ସେ.ମିର ଏଲଇଡି ଟଚ୍‍ସ୍କ୍ରିନରେ ଦିଗ ଦର୍ଶାଇବା ସହ ଭିଡିଓ ଦେଖିପାରିବାର ବ୍ୟବସ୍ଥା ରହିଛି। ହୋଣ୍ଡା ଝାଜ୍‍ର ପାଞ୍ଚୋଟି ରଙ୍ଗ ରହିଛି।

Leave A Reply