ଘରୋଇ ଉପାୟରେ ଦୂର କରନ୍ତୁ ଶରୀରର ବିଭିନ୍ନ ଯନ୍ତ୍ରଣା

ବହୁ ସମୟରେ ଆମେ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ଅନୁଭବ କରୁ। ବେଳେ ବେଳେ ରାତିରେ ଶୋଇବା ସମୟରେ ଭୁଲ ଢଙ୍ଗରେ ଶୋଇବା କାରଣରୁ ହେଉ କିମ୍ବା କାର୍ଯ୍ୟର ପ୍ରଭାବରୁ ହେଉ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ଆମର ବେକ ଠାରୁ ଅଣ୍ଟା ପର୍ଯ୍ୟନ୍ତ ଖୁବ ଯନ୍ତ୍ରଣା ହୋଇଥାଏ। ବହୁ ସମୟରେ ଭାରୀ ଦ୍ରବ୍ୟ ଉଠାଇଲେ କଷ୍ଟ ଲାଗିଥାଏ। ଅଧିକାଂଶ ବେକର ମାଂସପେଶୀରେ ଏହି କଷ୍ଟ ଅଧିକ ହୋଇଥାଏ। ଏହି କାରଣରୁ ମଧ୍ୟ ମୁଣ୍ଡ ବିନ୍ଧା, ହାତ ବ୍ୟଥା ହୋଇଥାଏ। କିଛି ଘରୋଇ ଉପାୟ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ….
ମାଲିସ –
ତେଲକୁ ଗରମ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ଧୀରେ ଧୀରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। କିଛି ସମୟ ତେଲ ଲଗାଇ ମାଲିସ କରିବା ପରେ ବିଶ୍ରାମ ନିଅନ୍ତୁ। ଏହି ସମସ୍ୟା ଦୂର ହେବ।
ଲୁଣ ପାଣି ଓ ତେଲ –
ଗାଧୋଇବା ସମୟରେ ଅଳ୍ପ ଉଷୁମ ପାଣିରେ ଲୁଣ ୨କପ ପକାଇ ଏହାକୁ ବେକ କିମ୍ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ଢାଳନ୍ତୁ। ଏହା ପରେ ଅଳ୍ପ ତେଲ ଲଗାଇ କିଛି ସମୟ ରୁହନ୍ତୁ। ପରେ ଯେପରି ସାଧା ପାଣିରେ ଗାଧୋଇବା ଆବଶ୍ୟକ ଗାଧାନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର କରନ୍ତୁ। ଏପରି କରିବା ଦ୍ୱାରା ନିୟମିତ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ହଳଦୀ ଓ କ୍ଷୀର –
ହଳଦୀ ଓ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶରୀରରେ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ କ୍ଷୀରରେ ୧ଚାମଚ ହଳଦୀ ମିଶାଇ ନିୟମିତ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଯେତେ ଉପକାରୀ ସମସ୍ତ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

Comments are closed.