ମୁହଁରୁ ବୟସର ଛାପକୁ ଏଡ଼ାଇବାର ଘରୋଇ ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍ ବୟସରେ ମଧ୍ୟ ମୁହଁରେ ବୟସର ଛାପ ଦେଖା ଦେଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ଲୋକେ ଏହାକୁ ନେଇ ବହୁ ଚିନ୍ତିତ ମଧ୍ୟ ହୋଇ ଥାଆନ୍ତି। ବିଶେଷ କରି ୩୦ ବର୍ଷ ବୟସ ପରେ ଚର୍ମ ପ୍ରତି ଖାସ୍ ଧ୍ୟାନ ଦେବାକୁ ପଡ଼ିଥାଏ। ଯଦି ଆପଣ ମଧ୍ୟ ବୟସର ଛାପରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ କିଛି ଘରୋଇ ଉପାୟ ଅଛି ଯାହା ଆପଣଙ୍କୁ ଖୁବ୍ ସହାୟକ ହେବ। ଚାଲନ୍ତୁ ଜାଣିବା ବୟସର ଛାପକୁ ଏଡ଼ାଇବାର ଘରୋଇ ଉପାୟ ବିଷୟରେ –

ଅଣ୍ଡା: ଗୋଟିଏ ଅଣ୍ଡାରୁ କେଶର କାଢ଼ି ତାହାକୁ ଚର୍ମରେ ଲଗାଇ କିଛି ସମୟ ରଖନ୍ତୁ। ଏହା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚର୍ମ ଟାଇଟ୍ ହେବା ସହ ଭାଙ୍ଗ ଲିଭିଯିବ।
ମୁଲତାନୀ ମାଟି: ମହୁ ଓ ଗ୍ଲିସେରିନ୍ ସହ ମୁଲତାନୀ ମାଟିକୁ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ଏହାଦ୍ବାରା ତ୍ବଚା ସୁସ୍ଥ ରହିବା ସହ ଉଜ୍ବଳତା ମଧ୍ୟ ବଜାୟ ରହିଥାଏ।
କ୍ଷୀର: ଗୋଟିଏ ପାତ୍ରରେ କିଛି କ୍ଷୀର ଆଣି ଏଥିରେ ମୁଲତାନୀ ମାଟି ମିଶାଇ ମୁହଁରେ ଲଗାନ୍ତୁ। ଏହା ପ୍ରାକୃତିକ ପ୍ରଣାଳୀରେ ଚର୍ମକୁ ଟାଇଟ୍ କରିଥାଏ।
ବସା ଦହି: ବସା ଦହିକୁ ମଧ୍ୟ ଲୋଚାକୋଚା ହୋଇ ଯାଇଥିବା ଚର୍ମରେ ବ୍ୟବହାର କରିପାରିବେ। ବସା ଦହି ଚର୍ମକୁ ପୁନଃ ସୁଗଠିତ ଓ ସୁନ୍ଦର କରିବା ସହ ଚର୍ମକୁ କୋମଳ ଓ ଚମକପ୍ରଦ କରିଥାଏ।
ମହୁ: ଏକ ଚାମଚ ମହୁ ସହ ଗ୍ଲିସେରିନ୍ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୨-୩ ମିନିଟ୍ ମାଲିସ କରି ଶୁଖିବା ଯାଏଁ ଛାଡ଼ି ଦିଅନ୍ତୁ। ଏହା ପରେ ଥଣ୍ଡା ପାଣିରେ ମୁହଁ ସଫା କରି ଶୁଖିଲା କପଡ଼ାରେ ପୋଛନ୍ତୁ।

Comments are closed.