ଖରାଦିନେ ଘିମିରିରୁ ମୁକ୍ତି ପାଇବାର ଘରୋଇ ଉପାୟ

ଖରାଦିନର ମୁଖ୍ୟ ସମସ୍ୟା ହେଉଛି ଘିମିରି। ଘିମିରି ହେବା ଦ୍ବାରା ଦେହ କୁଣ୍ଡାଇ ହେବା ସହ ବିବ୍ରତ ଲାଗିଥାଏ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଔଷଧ ଓ ସ୍କିନ୍ ପ୍ରଡକ୍ଟର ବ୍ୟବହାର କରିଥା’ନ୍ତି। ତେବେ ଏପରି କିଛି ଘରୋଇ ଉପାୟ ରହିଛି ଯାହାକୁ ଅବଲମ୍ବନ କରିବା ଦ୍ବାରା ଘିମିରି ସମସ୍ୟାରୁ ଆପଣଙ୍କୁ ସମ୍ପୂର୍ଣ୍ଣ ମୁକ୍ତି ମଳିବ। ଚାଲନ୍ତୁ ଜାଣିବା ଘିମିରିରୁ ରକ୍ଷା ପାଇବାର ଘରୋଇ ଉପାୟ ବିଷୟରେ –

 

-ଆଳୁ ରସରେ ଗୋଲାପ ଜଳ ମିଶାଇ ଘିମିରି ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ସେ ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରିବା ଦ୍ବାରା ଘିମିରି ସମସ୍ୟା ଦୂର ହୋଇଥା।
-ଏକ ପାତ୍ରରେ ୧ଚାମଚ ଚନ୍ଦନ ପାଉଡର ଓ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଘିମିରି ହୋଇଥିବା ସ୍ଥାନରେ ଲଗାଇ ୨୦-୨୫ ମିନିଟ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ସପ୍ତାହରେ ତିନି ଥର ଏହାକୁ ବ୍ୟବହାର କରନ୍ତୁ।
-ଘିମିରିରୁ ରକ୍ଷା ପାଇବା ପାଇଁ ବେକିଂ ସୋଡ଼ାରେ କିଛି ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ। ଲଗାଇବାର ୧୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଚାରି ଥର ଆପଣ ଏହାକୁ ବ୍ୟବହାର କରିପାରିବେ।
-ଘିମିରିରୁ ରକ୍ଷା ପାଇବାର ଆଉ ଏକ ଉପାୟ ହେଉଛି, ଏକ ପାତ୍ରରେ ୩ ରୁ ୪ ଚାମଚ ମୁଲତାନୀ ମାଟି ନେଇ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରି ସେହି ସ୍ଥାନେର ଲଗାନ୍ତୁ। ଏପରି କରିବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ।
-ଏହା ବ୍ୟତୀତ ନିମ୍ବ ପତ୍ର ପେଷ୍ଟ ପ୍ରସ୍ତୁତ କରି ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୫ ଥର ଏହାର ବ୍ୟବହାର କରିବା ଦ୍ବାରା ଘିମିରି ସମସ୍ୟାରୁ ମୁକ୍ତି ମିଳିଥାଏ।

Comments are closed.