ସର୍ଦ୍ଦିରୁ ନାକ ବନ୍ଦ ହେଉଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

0

ପାଗ ପରିବର୍ତ୍ତନ ହେବା ଦ୍ୱାରା ଲୋକମାନେ ସର୍ଦ୍ଦି, ଜର ଆଦି ରୋଗର ଶିକାର ହୋଇ ବିବ୍ରତ ହୋଇଥା’ନ୍ତି। ସର୍ଦ୍ଦିରେ ନାକ ବନ୍ଦ ହେବାଦ୍ୱାରା ମୁଣ୍ଡବ୍ୟଥା ହେବା ସହ ଶ୍ୱାସକ୍ରିୟାରେ ମଧ୍ୟ ବାଧା ଉପୁଜିଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଔଷଧ ସେବନ କରିଥା’ନ୍ତି। ଯଦି ଆପଣଙ୍କ ସହିତ ମଧ୍ୟ ଏପରି ହେଉଛି ତେବେ ବିନା କୌଣସି ପାର୍ଶ୍ବ ପ୍ରତିକ୍ରିୟାରେ ଆପଣାନ୍ତୁ ଏହି ଘରୋଇ ଉପଚାର –
ସେଓରସ ସୁରା(ସିର୍‍କେ):
ସର୍ଦ୍ଦିରୁ ନାକ ବନ୍ଦ ହେଉଥିଲେ ସେଓରସ ସୁରାର ଏହି ଉପାୟ ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଦୁଇ ଚାମଚ ସେଓରସ ସୁରା ଓ ଅଧ ଚାମଚ ମହୁକୁ ଏକ ଗ୍ଲାସ୍‍ ଉଷୁମ ପାଣିରେ ମିଶାଇ ସକାଳୁ ପିଇବା ଦ୍ୱାରା ଆରାମ ମିଳିଥାଏ।
ଲେମ୍ବୁ ଓ ମହୁ :
ନାକଚୁଣ୍ଟି ହେଉଥିଲେ ବା ଶ୍ୱାସକ୍ରିୟାରେ ବାଧା ଉପୁଜୁଥିଲେ ଏକ ଚାମଚ ଲେମ୍ବୁରସ ସହ କିଛି ବୁନ୍ଦା ମହୁ ମିଶାଇ ସକାଳୁ ଦୁଇ-ତିନି ଦିନ ଖାଇବା ଦ୍ୱାରା ମଧ୍ୟ ଆରାମ ମିଳିଥାଏ।

Leave A Reply