ଭୋଟ ବ୍ୟାଙ୍କ ପାଇଁ ତିନି ତଲାକ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟକୁ ବଦଳାଇଥିଲେ ରାଜୀବ ଗାନ୍ଧୀ : ଅମିତ ଶାହା

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହା ତିନି ତଲାକ ବିଲକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ଅମିତ ଶାହା ରବିବାର ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ତିନି ତଲାକ ବିଲ ପାରିତ ହେବାରୁ ମୁସଲମାନ ମହିଳାଙ୍କୁ ଅଧିକାର ମିଳିଛି। ତିନି ତଲାକ ବିଲ ତୁଷ୍ଟିକରଣ ବିରୋଧରେ ଥିଲା। ଭୋଟ ବ୍ୟାଙ୍କ ପାଇଁ କେତେକ ଦଳ ଏହାର ବିରୋଧ କରୁଥିଲେ।

ଏହାସହ ଅମିତ ଶାହା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୧୯୮୫ ଅପ୍ରେଲ ୨୩ରେ ସୁପ୍ରିମକୋର୍ଟ ଶାହା ବାନୋ ପକ୍ଷରେ ରାୟ ଦେଇଥିଲେ। ଅଦାଲତ କହିଥିଲେ ଯେ ତିନି ତଲାକରେ ପତ୍ନୀକୁ ଖର୍ଚ୍ଚ ଦେବା ଅନିବାର୍ଯ୍ୟ ଅଟେ ଏବଂ ତିନି ତଲାକ ପାଇଁ ଏକ କାରଣ ଦର୍ଶାଯିବା ଆବଶ୍ୟକ। ମାତ୍ର ରାଜୀବ ଗାନ୍ଧୀ ଋଢିବାଦୀ ମୁସଲମାନଙ୍କ ଚାପରେ ଏବଂ ଭୋଟ ବ୍ୟାଙ୍କ ପାଇଁ ଅଦାଲତଙ୍କ ରାୟକୁ ବଦଳାଇ ଦେଇଥିଲେ। ଏବେ ବି କଂଗ୍ରେସ ତିନି ତଲାକ ପକ୍ଷରେ ଯୁକ୍ତି ବାଢୁଛି ଓ ତାକୁ ଟିକିଏ ଲଜ୍ୟା ଲାଗୁନି। କିନ୍ତୁ କଂଗ୍ରେସ ଏଥିପାଇଁ ଯଥାର୍ଥ ଯୁକ୍ତି ଉପସ୍ଥାପନ କରିପାରୁନାହିଁ। କେବଳ ଭୋଟ ବ୍ୟାଙ୍କକୁ କାଏମ ରଖିବା ପାଇଁ କଂଗ୍ରେସ ତିନି ତଲାକ ବିଲକୁ ବିରୋଧ କରୁଛି। ତିନି ତଲାକ ବିଲ କେବଳ ମୁସଲମାନ ସମୂଦାୟଙ୍କ ହିତରେ ଓ ଅନ୍ୟ କୌଣସି କାରଣ ପାଇଁ ନୁହେଁ। ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଏଭଳି ଘୃଣ୍ୟ ପ୍ରଥା ଏତେଦିନ ହେବ ଚାଲି ଆସୁଥିଲା।

Comments are closed.