ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି : ଆଜି ହେଉଛି ୫୭ ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ। କଳାହାଣ୍ଡି ହୋମଗାର୍ଡ ସଙ୍ଘ ଦ୍ୱାରା ଭବାନୀପାଟଣା ରିଜର୍ଭ ପୁଲିସ ପଡିଆ ଠାରେ ଏହି ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଗୋପୀନାଥ ମଣୀପାତ୍ର ସମେତ ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ଏସପି ବାତୁଲା ଗଙ୍ଗାଧର ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ। ହୋମଗାର୍ଡମାନେ ହେଉଛନ୍ତି ଆମ ଦେଶର ଜାଗ୍ରତ ପ୍ରହରୀ ଯେକୌଣସି ଜରୁରୀ କାଳୀନ ପରିସ୍ଥିତି ହେଉ କିମ୍ବା ଟ୍ରାଫିକ ନିୟନ୍ତ୍ରଣ ହେଉ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ସଦା ସର୍ବଦା ଆମ ସୁରକ୍ଷା ପାଇଁ ଚେଷ୍ଟିତ ଏଣୁ ହୋମଗାର୍ଡମାନଙ୍କୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ବାତୁଲା ଗଙ୍ଗାଧର ତାଙ୍କ ଅଭିଭାଷଣରେ କହିଥିଲେ।

Comments are closed.