ଜାଣନ୍ତୁ, ଘରର କେଉଁ ଦିଗରେ କେଉଁ ଦ୍ରବ୍ୟ ରଖିବା ଉଚିତ

0

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ, କେଉଁ ଦ୍ରବ୍ୟ କେଉଁ ଠାରେ ରଖିବା ଉଚିତ। ବସ୍ତୁକୁ ଭୁଲ ସ୍ଥାନରେ ରଖିବା ଦ୍ୱାରା ତାହାର କୁପରିଣାମ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଏହାସହ ବସ୍ତୁକୁ ଠିକ ଦିଗରେ ରଖିବା ଉଚିତ। ବାସ୍ତୁରେ ଘର ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ। ବାସ୍ତୁଶାସ୍ତ୍ରରେ ଦିଆଯାଇଥିବା ନିୟମ ପାଳନ କରିବା ଦ୍ୱାରା ଅନେକ ଅସୁବିଧା ଦୂର ହୋଇଥାଏ।
ଆସନ୍ତୁ ଜାଣିବା ଘରର କେଉଁ ଦିଗରେ କେଉଁ ଦ୍ରବ୍ୟ ରଖିବା ଉଚିତ ..
ଉତ୍ତର-ପୂର୍ବ ଦିଗ:
ଉତ୍ତର-ପୂର୍ବ ଦିଗକୁ ଐଶାନ୍ୟ କୋଣ କୁହାଯାଇଥାଏ। ଏହାକୁ ଜଳର ଦିଗ ବୋଲି ମଧ୍ୟ କୁହାଯାଇଥାଏ। ଏହି ଦିଗରେ ସୁଇମିଂ ପୁଲ୍, ପୂଜା ଘର ନିର୍ମାଣ କରିବା ଶୁଭ ହୋଇଥାଏ।
ଉତ୍ତର ଦିଗ:
ଉତ୍ତର ଦିଗରେ ଘରର ଝରକା, କବାଟ ରଖିବା ଅତ୍ୟନ୍ତ ଶୁଭ ଅଟେ। ଏହି ଦିଗରେ ଘରର ବାଲକୁନି ଓ ବେସିନ ମଧ୍ୟ ରଖିବା ଉଚିତ।
ଦକ୍ଷିଣ ଦିଗ:
ବାସ୍ତୁଶାସ୍ତ୍ରରେ ଘରର ଦକ୍ଷିଣ ଦିଗକୁ ଉଚ୍ଚ ରଖିବାକୁ କୁହାଯାଇଛି। ଦକ୍ଷିଣ ଦିଗରେ କେବେ ବି ଭୁଲରେ ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ।
ଦକ୍ଷିଣ-ପୂର୍ବ ଦିଗ:
ଦକ୍ଷିଣ-ପୂର୍ବ ଦିଗକୁ ଆଗ୍ନେୟ କୋଣ କୁହାଯାଏ। ଏହି ଦିଗରେ ରୋଷେଇ ଘର ଏବଂ ଗ୍ୟାସ୍‍ ରଖିବା ଉଚିତ।
ପୂର୍ବ ଦିଗ:
ପୂର୍ବ ଦିଗକୁ ସୂର୍ଯ୍ୟଙ୍କ ଦିଗ କୁହାଯାଏ। ଏହି ଦିଗରେ ଘରର ପ୍ରବେଶଦ୍ୱାର କରିବା ଉଚିତ। ଏହାସହ ଘରର ଝରକା ରଖିବା ଶୁଭ ଅଟେ।
ଉତ୍ତର-ପଶ୍ଚିମ ଦିଗ:
ଘରର ପଶ୍ଚିମ ଦିଗରେ ବେଡରୁମ, ଗୋଶାଳ ଇତ୍ୟାଦି ରଖିବା ଶୁଭ ଅଟେ।
ପଶ୍ଚିମ ଦିଗ:
ଏହି ଦିଗରେ ରୋଷେଇ ଘର,ଗାଧୁଆ ଘର କରିବା ଉପଯୁକ୍ତ ସ୍ଥାନ ଅଟେ। ବାସ୍ତୁ ହିସାବରେ ଏହି ଦିଗ ସର୍ବଦା ଉଚ୍ଚ ହେବା ଉଚିତ।
ଦକ୍ଷିଣ-ପଶ୍ଚିମ ଦିଗ:
ଏହି ଦିଗରେ କବାଟ ଏବଂ ଝରକା ରଖନ୍ତୁ ନାହିଁ। ଘରର ମୁଖିଆଙ୍କ ଶୋଇବା ଘର ଏହି ଦିଗରେ ରଖିବା ଅତ୍ୟନ୍ତୁ ଶୁଭ ଅଟେ।

Leave A Reply