www.samajalive.in
Monday, December 8, 2025
27.1 C
Bhubaneswar

ଗୃହରେ ରଖନ୍ତୁ ଏହି ଦ୍ରବ୍ୟ ସୁଖ, ଶାନ୍ତି, ସମୃଦ୍ଧିରେ ପୂରି ଉଠିବ ଘର

ହିନ୍ଦୁ ଧର୍ମରେ କିଛି ଏପରି ମାନ୍ୟତା ରହିଛି, ଯାହାକୁ ବହୁ ପୂର୍ବରୁ ଲୋକେ ପାଳନ କରି ଆସିଛନ୍ତି। ଲୋକଙ୍କ ବିଶ୍ୱାସଅନୁଯାୟୀ, ସେହି ନିୟମ ଗୁଡ଼ିକୁ ମାନିବା ଦ୍ୱାରା ଗୃହରେ ସୁଖ, ଶାନ୍ତି, ସମୃଦ୍ଧି ଓ ସମସ୍ତ ଉନ୍ନତି ହୋଇଥାଏ। ବର୍ତ୍ତମାନ ସମୟରେ ମଧ୍ୟ ସେ ସମସ୍ତ ନିୟମକୁ ପାଳନ କରୁଛନ୍ତି ଓ ନିଜ ଘରେ ସେହି ବିଶେଷ ଦ୍ରବ୍ୟକୁ ରଖୁଛନ୍ତି। ଜାଣନ୍ତୁ ଗୃହକୁ ପବିତ୍ର ଓ ସୁଖ, ଶାନ୍ତି, ସମୃଦ୍ଧି ପାଇଁ କେଉଁ ଦ୍ରବ୍ୟ ରଖିବା ଆବଶ୍ୟକ….
ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କ ମୂର୍ତ୍ତି –
ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ ଘରେ ନିଶ୍ଚୟ ରଖନ୍ତୁ। ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ। ତେଣୁ ଯେକୌଣସି ସଙ୍କଟ ସମୟରେ ପ୍ରଭୁଙ୍କୁ ସ୍ମରଣ କରିବା ଦ୍ୱାରା ତାହା ଦୂର ହୋଇଥାଏ।
ଗଙ୍ଗା ଜଳ –
ହିନ୍ଦୁ ଧର୍ମରେ ଗଙ୍ଗା ଜଳର ଖୁବ ମହତ୍ତ୍ୱ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ଘରେ ସୁଖ- ସମୃଦ୍ଧି ଆସିଥାଏ।
ଶଙ୍ଖ –
ପୂଜା ଘରେ ଶଙ୍ଖ ରଖିବା ଦ୍ୱାରା ଓ ଏହାକୁ ନିୟମିତ ବଜାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। କାରଣ ଶଙ୍ଖ ପ୍ରଭୁ ବିଷ୍ଣୁଙ୍କୁ ଖୁବ ପ୍ରିୟ ଅଟେ।
ଗାଈ ଘିଅ –
ହିନ୍ଦୁ ଧର୍ମରେ ଗାଈଙ୍କୁ ମା’ ଭାବେ ସମ୍ବୋଧନ କରିବା ସହ ପୂଜାର୍ଚ୍ଚନା କରାଯାଏ। ଗାଈର ଘିଅ ଦୀପ ଜଳାଇବା, ଯଜ୍ଞ କରିବା ଆଦି କାର୍ଯ୍ୟରେ ବ୍ୟବହାର କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିଥାଏ। ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ।
ମହୁ –
ଘିଅ ଭଳି ମହୁକୁ ମଧ୍ୟ ଖୁବ ପବିତ୍ର କୁହାଯାଏ। ମହୁରେ ବାସ୍ତୁ ସମସ୍ୟା ଦୂର କରିବାର କ୍ଷମତା ଥାଏ। ପୂଜାରେ ମଧ୍ୟ ମହୁର ବ୍ୟବହାର କରାଯାଏ।
ଆମ୍ବ ପତ୍ର –
ଗୃହର ନିକଟରେ ଏକ ଆମ୍ବ ଗଛ ନିଶ୍ଚୟ ଲଗାନ୍ତୁ। ପୂଜାର୍ଚ୍ଚନା କରିବା ସମୟରେ ଆମ୍ବର ପତ୍ରକୁ ବ୍ୟବହାର କରାଯାଏ। ବିବାହ, ପୂଜା, ଯଜ୍ଞ ଆଦିରେ ଏହାର ପତ୍ରର ବିଶେଷ ମହତ୍ତ୍ୱ ରହିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories