ଆରପାରିରେ ହଲିଉଡ଼୍‍ ଅଭିନେତ୍ରୀ ‘ପେଗି ଲିପ୍ଟନ’

ମୁମ୍ବଇ: ହଲିଉଡ଼୍‍ ଅଭିନେତ୍ରୀ ‘ପେଗି ଲିପ୍ଟନ’ଙ୍କ ୭୨ବର୍ଷ ବୟସରେ ଶନିବାର ଦେହାନ୍ତ ହୋଇଛି। ଲିପ୍ଟନ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡିତ ଥିଲେ। ୧୯୪୬ ମସିହା ଅଗଷ୍ଟ ୩୦ରେ ଆମେରିକାର ନ୍ୟୁୟର୍କ ସିଟିରେ ଜନ୍ମଗ୍ରହଣ କରିଥିବା ପେଗି ଲିପ୍ଟନ ଏକ ଧାରାରେ ଜଣେ ଅଭିନେତ୍ରୀ, ମଡ଼େଲ ଏବଂ ଗାୟିକା ଥିଲେ। ଟିଭି କାର୍ଯ୍ୟକ୍ରମରୁ ଅତିଥି କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ଏହି ନାୟିକା ୧୯୭୧ରେ ଟିଭି ଡ୍ରାମା ଶୋରେ ନିଖୁଣ ଅଭିନୟ ପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ଜିତିଥିଲେ।

Comments are closed.