ହୋଲିରେ ଭାଙ୍ଗର ମହତ୍ତ୍ବ  

0

ହୋଲି କେବଳ ରଙ୍ଗର ପର୍ବ ନୁହେଁ, ଏହାକୁ ପ୍ରେମର ପର୍ବ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସବୁ ରାଗ ରୁଷା ଭୁଲି, ରଙ୍ଗ ଖେଳି ଏକ ନୂଆ ସମ୍ପର୍କରେ ଆରମ୍ଭ କରାଯାଏ । ଏହି ଦିନ ରଙ୍ଗ ଖେଳିବା ସହ ଘରେ ବିଭିନ୍ନ ପ୍ରକାର ପିଠାପଣା ଓ ସରବତର ଆସର ଜମିଥାଏ । ବିହାର , ଉତ୍ତର ପ୍ରଦେଶ ଆଦି ସ୍ଥାନରେ ଭାଙ୍ଗର ସରବତ ବା ଥଣ୍ଡାଇ ମିଳିଥାଏ । ଲୋକେ ଭାଙ୍ଗ ମିଶା ସରବତ ପିଇ ରଙ୍ଗ ଖେଳର ମଜା ଉଠାଇଥାଆନ୍ତି ।

ଯଦିଓ ଭାଙ୍ଗ ଏକ ନିଶା ଦ୍ରବ୍ୟ ତଥାପି ହିନ୍ଦୁ ସଂସ୍କୃତିରେ ଏହାକୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି । ଅଥର୍ବବେଦରେ ଯେଉଁ ୫ଟି ବୃକ୍ଷକୁ ସବୁଠାରୁ ପବିତ୍ର ବୃକ୍ଷ ବୋଲି ଆଖ୍ୟା ଦିଆଯାଇଛି ସେମଧ୍ୟରୁ ଭାଙ୍ଗ ବୃକ୍ଷ ହେଉଛି ଅନ୍ୟତମ । ଅଥର୍ବବେଦରେ ଏହି ବୃକ୍ଷକୁ ପ୍ରସନ୍ନତା ଓ ମୁକ୍ତିକାରୀ ବନସ୍ପତିର ମାନ୍ୟତା ଦିଆଯାଇଛି । ଆୟୁର୍ବେଦ ଅନୁଯାୟୀ, ଭାଙ୍ଗ ବୃକ୍ଷରେ ଭରପୁର ମାତ୍ରାରେ ଔଷଧୀୟ ଗୁଣ ରହିଛି । ଏହା ହଜମତନ୍ତ୍ରକୁ ସଠିକ୍ କରିବା ସହ ଭୋକ ବଢାଇରେ ସାହାଯ୍ୟ କରିଥାଏ । କିନ୍ତୁ ଏହାକୁ ଅଧିକ ପରିମାଣର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ବହୁ ବର୍ଷ ପୂର୍ବେ ଭାରତୀୟ ଭାଙ୍ଗ ଔଷଧି ଆୟୋଗ ରିପୋର୍ଟ ଅନୁଯାୟୀ, ଆୟୁବେର୍ଦିକ ଔଷଧରେ ଭାଙ୍ଗକୁ ​ପେନସିଲିନ ବୋଲି କୁହାଯାଇଛି ।

pic courtesy amarujala

କିମ୍ବଦନ୍ତୀ ଅନୁଯାୟୀ, ଏକଦା ଭଗବାନ ଶିବ ପରିବାର ସଦସ୍ୟଙ୍କ ସହ କଳି କରି ଘରୁ ବାହାରି ଯାଇ ଏକ ଭାଙ୍ଗ କ୍ଷେତରେ ଶୋଇ ପଡିଥିଲେ । ସକାଳୁ ଉଠିଲା ପରେ ମହାଦେବଙ୍କୁ ଭୋକ ଲାଗିବାରୁ ସେ କ୍ଷେତରେ ଥିବା ଭାଙ୍ଗ ଓ ପତ୍ରକୁ ସେବନ କରିଥିଲେ । ଏହା ପରେ ସେ ନିଜକୁ ବେଶୀ ଫୂର୍ତ୍ତି ଓ ସତେଜ ଅନୁଭବ କରିଥିଲେ । ଏହି କାରଣରୁ ମହାଦେବଙ୍କୁ ଭାଙ୍ଗ ଲାଗି କରାଯାଏ ।

ଶିଖ୍ ଯୋଦ୍ଧାମାନେ ରଣଭୂମିକୁ ଯିବା ପୂର୍ବରୁ ଭାଙ୍ଗ ସେବନ କରି ଯାଇଥାଆନ୍ତି । ଏହା ଦ୍ବାରା ରଣକ୍ଷେତ୍ରରେ ପୁରା କ୍ଷମତାର ସହ ଲଢି ପାରିବେ ଏବଂ ଶରୀରରେ କୌଣସି ଆଘାତ ଲାଗିଲା ପରେ ମଧ୍ୟ ତାହା ଅନୁଭବ ହୋଇନଥାଏ ।

courtesy: amarujala

Leave A Reply