www.samajalive.in
Monday, December 15, 2025
27.1 C
Bhubaneswar

ଦର୍ଶକଙ୍କ ଲାଗି ଫ୍ୟାନ ପାର୍କ ; ଉଦ୍‍ଘାଟନୀ ଉତ୍ସବରେ ୧୨ ହଜାର କ୍ଷମତା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ଖେଳାଯିବ। ପ୍ରତିଯୋଗିତା ଆଉ ୬୪ ଦିନ ରହିଥିବାବେଳେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ମୁଖ୍ୟ ଶାସନସଚିବ ଆଦିତ୍ୟପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ରବିବାର ସଚିବାଳୟରେ ହକି ବିଶ୍ୱକପ୍‍ ପାଇଁ ଗଠିତ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ହକି ବିଶ୍ୱକପ ଲାଗି ଚାଲିଥିବା ପ୍ରସ୍ତୁତି କାର୍ଯ୍ୟକୁ ନେଇ ସନ୍ତୋଷବ୍ୟକ୍ତ କରିଥିଲେ। ଅନ୍ତର୍ଜାତୀୟସ୍ତରର ଗ୍ୟାଲେରୀରେ ଦର୍ଶକଙ୍କ ଲାଗି ଚୌକି ବ୍ୟବସ୍ଥା ମଧ୍ୟ କରାଯାଇଛି। ଟୁର୍ଣ୍ଣାମେଣ୍ଟ ଚାଲିଥିବାବେଳେ ଷ୍ଟାଡିୟମରେ ୧୫ ହଜାର ଦର୍ଶକ ମ୍ୟାଚ ଦେଖିବା ଲାଗି ବ୍ୟବସ୍ଥା କରାଯାଇଛି। ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ ସୂଚନା ଦେଇଥିଲେ।

- Advertisement -

ନଭେମ୍ବର ୨୭ରେ ଉଦ୍‍ଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡ଼ିୟମ ଆଥ୍‍ଲେଟିକ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏଥିରେ ୧୨ ହଜାର ଦର୍ଶକ ଗ୍ୟାଲେରୀରେ ବସି ଉତ୍ସବ ଦେଖିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଆଇପିଏଲ ଭଳି ହକି ବିଶ୍ୱକପରେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଫ୍ୟାନ ପାର୍କ ଆୟୋଜିତ ହେବ। ବଡ଼ ଏଲଇଡି ମାଧ୍ୟମରେ ଦର୍ଶକ ଫ୍ୟାନ ପାର୍କରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ସହିତ ପୁରସ୍କାର ମଧ୍ୟ ହାସଲ କରିବାର ସୁଯୋଗ ରହିଛି। ପ୍ରତିଯୋଗିତାର ଦଶ ଦିନ ପୂର୍ବରୁ ଭୁବନେଶ୍ୱର ସହରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଖାଦ୍ୟମେଳା, କଳା, ସଂସ୍କୃତି ଓ କ୍ରୀଡ଼ା ସଂକ୍ରାନ୍ତ ଆଲୋଚନାଚକ୍ର ଇତ୍ୟାଦି ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଥିଲେ। ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ଭୁବନେଶ୍ୱରରେ ହକି ବିଶ୍ୱକପର ଆୟୋଜନ ଏକ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ବୈଠକରେ ଉପସ୍ଥିତ ଆନ୍ତର୍ଜାତିକ ହକି ମହାସଂଘ ସଭାପତି ନରିନ୍ଦର ବାତ୍ରା ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ ଶ୍ରୀ ବାତ୍ରା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ଦସ୍ତଖତ ସମ୍ବଳିତ ଏକ ଟି-ସାର୍ଟ ମୁଖ୍ୟ ଶାସନସଚିବ ଆଦିତ୍ୟପ୍ରସାଦ ପାଢୀଙ୍କୁ ପ୍ରଦାନ କରିଥିଲେ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର. ବାଲକୃଷ୍ଣନ, ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

Related Articles

Popular Categories