ଜାତୀୟ ସିନିୟର ପୁରୁଷ ହକି: କ୍ୱାର୍ଟରରେ ଓଡ଼ିଶା

0

ଭୁବନେଶ୍ୱର, : ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ୮ମ ଜାତୀୟ ସିନିୟର ପୁରୁଷ ହକି ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ହକି ଓଡ଼ିଶା ପ୍ରବେଶ କରିଛି। ମଙ୍ଗଳବାର ଖେଳା ଯାଇଥିବା ପୁଲ୍‍ ‘ଏ’ର ଅନ୍ତିମ ଲିଗ୍‍ ମ୍ୟାଚରେ ଓଡ଼ିଶା ୪-୨ ଗୋଲରେ ଆୟୋଜକ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ହକି ଓଡ଼ିଶା ପକ୍ଷରୁ ୧୫ ମିନିଟ୍‍ରେ ପ୍ରଶାନ୍ତ ତିର୍କୀ ଗୋଟିଏ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ୨୫ ମିନିଟ୍‍ରେ ନିତୀନ ମୁକେଶ ଟିଗା ଓଡ଼ିଶା ପାଇଁ ୨ୟ ଗୋଲ ଦେଇଥିଲେ। ୪୧ତମ ମିନିଟରେ ୟୁପି ଗୋଟିଏ ଗୋଲ୍‍ଦେଇ ମ୍ୟାଚକୁ ୨-୧ ସ୍ତରକୁ ଆଣିଥିଲା। ୪୬ ମିନିଟରେ ହକି ଓଡ଼ିଶା ପକ୍ଷରୁ ନୀଲମ ସଞ୍ଜୀବ ଖେସ୍‍ ତୃତୀୟ ଗୋଲ ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ୫୧ ମିନିଟ୍‍ରେ ଉତ୍ତର ପ୍ରଦେଶ ୨ୟ ଗୋଲ ଦେଇ ମ୍ୟାଚକୁ ୩-୨ ସ୍ତରକୁ ଆଣିଥିଲେ। ୫୫ତମ ମିନିଟ୍‍ରେ ହକି ଓଡ଼ିଶାର ପ୍ରଶାନ୍ତ ତିର୍କୀ ବ୍ୟକ୍ତିଗତ ୨ୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲ ସ୍କୋର କରି ଦଳକୁ ୪-୨ରେ ବିଜୟୀ କରାଇଥିଲେ। ହକି ଓଡ଼ିଶା ୨୨ରେ କ୍ୱାର୍ଟରଫାଇନାଲ ମ୍ୟାଚ୍‍ ଏୟାର ଇଣ୍ଡିଆ ବିପକ୍ଷରେ ଖେଳିବ। ହକି ଓଡ଼ିଶା ପୂର୍ବରୁ ମଧ୍ୟପ୍ରଦେଶ ହକି ଏକାଡ଼େମୀ ଓ ହକି ଭୋପାଳକୁ ପରାସ୍ତ କରିଥିବା ବେଳେ ଭାରତୀୟ ରେଳବାଇ ନିକଟରୁ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ହକି ଗାଙ୍ଗପୁର ଓଡ଼ିଶା ୪-୨ ଗୋଲରେ ହକି ଝାଡ଼ଖଣ୍ଡକୁ ପରାସ୍ତ କରିଥିବା ବେଳେ ହରିୟାଣା, ପିଏସ୍‍ପିବି ନିକଟରୁ ପରାସ୍ତ ହୋଇଥିଲା। ଏୟାର ଇଣ୍ଡିଆ ସହ ଡ୍ର ରଖି କ୍ୱାର୍ଟରଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା।

Leave A Reply