ଭୁବନେଶ୍ବରରେ ପହଞ୍ଚିଲେ ଆର୍ଜେଣ୍ଟିନା ପୁରୁଷ ହକି ଟିମ୍

0

ଭୁବନେଶ୍ବର : ହକି ବିଶ୍ବକପ ପାଇଁ ରାଜଧାନୀ ଭୁବନେଶ୍ବର ନୂଆ ରୂପରେ ସଜେଇ ହୋଇ ସାରିଛି। ବିଶ୍ବକପ ପାଇଁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ନଭେମ୍ବର ୨୭ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ପାଇଁ ଆୟୋଜନ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ସକାଳେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଆର୍ଜେଣ୍ଟିନା ପୁରୁଷ ହକି ଟିମ୍ ପହଞ୍ଚିଛନ୍ତି। ଦୁଇ ତିନି ଦିନ ମଧ୍ୟରେ ଅନ୍ୟ ଟିମ ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ସେମାନେ ୱାର୍ମ ଅପ ମ୍ୟାଚ ଖେଳ ଆରମ୍ଭ କରିବେ। କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚର ପତାକା ସହ ୧୬ଟି ଦେଶର ପତାକା ଲଗାଯାଇଛି।

Leave A Reply