ପୁରୁଷ ହକି ବିଶ୍ୱକପ ; ଫାଇନାଲରେ ନେଦରଲାଣ୍ଡସ୍‍

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରୋମାଞ୍ଚକର ହୋଇଛି। ନେଦରଲାଣ୍ଡସ୍‍ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଏହି ମ୍ୟାଚ କଡା ଟକ୍କର ଦେଖିବାକୁ ମିଳିଥିଲା। ଦ୍ୱିତୀୟ କ୍ୱାଟର ମଧ୍ୟରେ ନେଦରଲାଣ୍ଡ ୨ଟି ଗୋଲ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଗୋଲ କରିଥିଲା। ମ୍ୟାଚ ଶେଷ ହେବାର ୨୭ ସେକେଣ୍ଡ ସରିବା ସମୟରେ ଅଷ୍ଟ୍ରେଲିଆ ଅନ୍ୟ ଏକ ଗୋଲ ଦେଇଥିଲା। ଯାହାଫଳରେ ମ୍ୟାଚ ଡ୍ର ହୋଇଥିଲା। ପରେ ଉଭୟ ଦଳ ମଧ୍ୟରେ ପେନଲାଟି ସୁଟଆଉଟ ଖେଳା ଯାଇଥିଲା। ଏଥିରେ ମଧ୍ୟ ଉଭୟ ଦଳ ତିନୋଟି ଲେଖାଏଁ ଗୋଲ ଦେଇ ଡ୍ର କରିଥିଲେ। ପରେ ନେଦରଲାଣ୍ଡ ଗୋଟିଏ ଗୋଲ ଦେଇ ମ୍ୟାଚ ଜିତି ଯାଇଛି।
ରବିବାର ଫାଇନାଲରେ ନେଦରଲାଣ୍ଡ ବେଲଜିୟମକୁ ଭେଟିବ। ଯାହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।

Leave A Reply