୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ପାଇଁ ହକି ଇଣ୍ଡିଆର ଅବେଦନ

ନୂଆଦିଲ୍ଲୀ: ୨୦୨୩ମସିହାରେ ଆଗାମୀ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏହି ବିଶ୍ବକପ ଭାରତରେ କରାଇବା ପାଇ ହକି ଇଣ୍ଡିଆ ଗୁରୁବାର ଆବେଦନ କରିଛି। ଏନେଇ ଅନ୍ତର୍ଜାତୀୟ ହକି ମହାସଂଘ(ଏଫଆଇଏଚ୍) ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ ସମେତ ବେଲଜିୟମ ଓ ମାଲେସିଆ ଏହି ପୁରୁଷ ହକି ବିଶ୍ୱ କପର ଆୟୋଜକ ପାଇଁ ବିଡ୍ ଦାଖଲ କରିଛନ୍ତି। ଭାରତ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ୟ୍ୟନ୍ତ ବିଶ୍ୱକପ୍ ଆୟୋଜନ କରିବାକୁ ଚାହୁଁଥିବା ଜଣାପଡିଛି।
ଏହା ପୂର୍ବରୁ ତିନିଥର ଭାରତରେ ହକି ବିଶ୍ବକପ ଆୟୋଜିତ ହୋଇସାରିଛି। ଗତବର୍ଷ ୨୦୧୮ରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପର ଆୟୋଜନ କରାଯାଇଥିଲା। ଯେଉଁଥିରେ ବଲିଉଡର ଅନେକ ବଡ଼ ବଡ଼ ଷ୍ଟାର ଯୋଗଦେଇଥିଲେ।

Comments are closed.