ଭାରତ-ଦକ୍ଷିଣଆଫ୍ରିକା ହକି ଫାଇନାଲ ଆଜି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲ୍‍ସର ଫାଇନାଲରେ ଭାରତ ଓ ଦକ୍ଷିଣଆଫ୍ରିକା ପ୍ରବେଶ କରିଛନ୍ତି। ଉଭୟ ଦଳ ମଧ୍ୟରେ ଶନିବାର ଫାଇନାଲ ମ୍ୟାଚ ଖେଳାଯିବ।
ଶୁକ୍ରବାର ଦୁଇଟି ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା। ପ୍ରଥମ ସେମିଫାଇନାଲରେ ଦକ୍ଷିଣଆଫ୍ରିକା ୨-୧ ଗୋଲରେ ଆମେରିକାକୁ ଓ ଦ୍ୱିତୀୟ ସେମିଫାଇନାଲରେ ଭାରତ ୭-୨ ଗୋଲରେ ଜାପାନକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି।

Comments are closed.