ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

0

ଭୁବନେଶ୍ୱର : ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ହକି ବିଶ୍ୱକପରେ ଭିନ୍ନକ୍ଷମମାନଙ୍କୁ ମ୍ୟାଚ ଦେଖିବାର ସୁଯୋଗ ପ୍ରଦାନ କରାଯାଇଥିଲା। ସୋମବାର ଖେଳା ଯାଇଥିବା ଫ୍ରାନ୍‍ସ-ସ୍ପେନ ଓ ଆର୍ଜେଣ୍ଟିନା-ନ୍ୟୁଜିଲାଣ୍ଡ ମ୍ୟାଚକୁ ଭିନ୍ନକ୍ଷମ ହକିପ୍ରେମୀମାନେ ଉପଭୋଗ କରିଥିଲେ। ପାରା ଆଥ୍‍ଲେଟ୍‍ ଜୟନ୍ତୀ ବେହେରା ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ମ୍ୟାଚରେ ଅତିଥି ଭାବେ ଖେଳାଳିମାନଙ୍କ ସହିତ ପରିଚିତ ହୋଇଥିଲେ। ସେହିପରି ଅର୍ନ୍ତଜାତୀୟ ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର ଇକବାଲ ଅତିଥି ଭାବେ ମଧ୍ୟ ଯୋଗ ଦେଇଥିଲେ। ଆଇନା ସାମାଜିକ ସଂଗଠନର ୩୮ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମ୍ୟାଚ ଦେଖିବାର ସୁଯୋଗ ପାଇଥିଲେ। କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ ଆଦି ଜିଲାରୁ ମଧ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ମ୍ୟାଚ ଦେଖିବା ସହିତ ମାସ୍କଟ ଓଲି ସହିତ ଫଟୋ ଉଠାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟାଚ ଦେଖିବା ଲାଗି ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା।

Leave A Reply