ଝାରସୁଗୁଡାରେ ବିଶ୍ୱକପ୍‍ ହକି ମାସ୍କଟ “ଓଲି”

0

ଝାରସୁଗୁଡା : ଝାରସୁଗୁଡାରେ ବିଶ୍ୱକପ୍‍ ହକି ମାସ୍କଟ “ଓଲି” ପହଞ୍ଚିଛି। “ଓଲି” ଝାରସୁଗୁଡାରେ ପହଞ୍ଚିବା ପରେ ଏକ ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଶାନ୍ତି ଭବନରୁ ବାହାରି ବେହେରାମଲ ଦେଇ ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ଝାରସୁଗୁଡା ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଖେଳାଳି ସାମିଲ ହୋଇଥିଲେ। ଏହି ହକି ବିଶ୍ୱକପ୍‍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ ଠାରେ ନଭେମ୍ବର ୨୮ତାରିଖରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ହେବ।

Leave A Reply