ପୁଲିସ ପାଇଁ ଦେଶ ବିକାଶ ପଥରେ – ଅମିତ୍‍ ଶାହା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା କହିଛନ୍ତି, ପୁଲିସ୍‍ କର୍ମଚାରୀମାନେ ନିଷ୍ଠାପରତାର ସହ ସେମାନଙ୍କର କର୍ତ୍ତ୍ୟବ ସମ୍ପାଦନ କରୁଥିବା ଯୋଗୁଁ ଦେଶ ବିକାଶ ପଥରେ ଅଗ୍ରସର ହେଉଛି। ସେ କହିଛନ୍ତି, ସୀମାରେ ପହରା ହେଉ, ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ହେଉ କିମ୍ବା ନକ୍ସଲବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ, ସବୁ କ୍ଷେତ୍ରରେ ପୁଲିସ୍‍ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକ ଗ୍ରହଣ କରିଆସିଛି। ପୁଲିସ୍‍ ସ୍ମାରକୀ ଦିବସ ଅବସରରେ ଜାତୀୟ ପୁଲିସ୍‍ ସ୍ମାରକୀଠାରେ ଶହୀଦ୍‍ ପୁଲିସ୍‍ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜାଳି ଅର୍ପଣ କରିବା ଅବସରରେ ଶାହା ଏହା କହିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ପୁଲିସ୍‍ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ବାତାବରଣ ସୃଷ୍ଟି କରିବା ଓ ସେମାନଙ୍କ କଲ୍ୟାଣ ଦିଗରେ ସରକାର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପଦକ୍ଷେପ ଗ୍ରହଣ କରିବେ।

Comments are closed.