ପରିବେଶକୁ ସୁହାଇବା ପରି ରବର ପ୍ରସ୍ତୁତି ପାଇଁ ଗୁଗୁଲୁ ଠାରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପାଇଲେ ଦୁଇ ଛାତ୍ର

ବେଙ୍ଗାଲୁରୁ .- ପରିବେଶକୁ ସୁହାଇବା ପରି ରବର ପ୍ରସ୍ତୁତି ପାଇଁ ଗୁଗୁଲ ବେଙ୍ଗାଲୁରର ଦୁଇ ଜଣ ଛାତ୍ରଙ୍କୁ ୧୦ ଲକ୍ଷ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛି । ଏମାନଙ୍କ ଏମାନଙ୍କୁ ନ୍ୟାସନାଲ ଜିଓଗ୍ରାଫିକାଲ୍‌ ଏକ୍ସପ୍ଲୋରଲ୍‌ ଆଓ୍ୱାର୍ଡ ପ୍ରଦାନ କରାଯାଇଛି ।

ଗଗୁଲ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଏମାନେ ଅଂଶଗ୍ରହଣ କରିଥିଲେ । ଏହି ଦୁଇଜଣ ଛାତ୍ର ପରବେଶ ଉପଯୋଗୀ ରବର ପ୍ରସ୍ତୁତ କରିଥିଲେ । ଏହାକୁ ପ୍ରସ୍ତୁତ କରିବା ବି କମ୍‌ ଖର୍ଚ୍ଚ ହୋଇଥାଏ । ଏମାନଙ୍କୁ ଏପରି ରବର ପ୍ରସ୍ତୁତି କରିବା ପାଇଁ ପ୍ରେରଣା ଦେଇଥିବା ନିଶଥାଙ୍କୁ ବି ପୁରସ୍କାର ମିଳିଛି ।

ଏହି ବିଜ୍ଞାନ ମେଳାରେ ଆୟରଲ୍ୟାଣ୍ଡର ଫିଓନ୍‌ ଫେରେରିଆଙ୍କୁ ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି । ସେ ପାଣିରୁ ପାଷ୍ଟିକ ବର୍ଜ୍ୟ ବସ୍ତୁକୁ କିପରି ପରିଷ୍କାର କରାଯାଇ ପାରିବ ସେ ବିଷୟରେ ଏକ ପ୍ରକଳ୍ପ କରିଥିଲେ ।

ଆମେରିକାର କାଲିଫର୍ଣ୍ଣିଆରେ ଏହି ବିଶ୍ୱସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା ।

Comments are closed.