ହୀରାକୁଦର ଜଳସ୍ତର ୬୩୦ ଫୁଟ୍ : ଖୋଲିଲା ୩ଟି ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ବା ସର୍ବୋଚ୍ଚ ଜଳଧାରଣ କ୍ଷମତାରେ ପହଞ୍ଚିଛି । ଗତ ୨ ସପ୍ତାହ ମଧ୍ୟରେ କିଛି ଦିନ ଧରି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତାରେ ରହିଥିଲା। ତେବେ ମଙ୍ଗଳବାର ପୁଣି ଜଳସ୍ତର ୬୩୦ ଫୁଟ୍ ରେ ପହଞ୍ଚିଛି।

ତେଣୁ ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଆଜି ସକାଳେ ୩ଟି ଗେଟ୍ ଖୋଲା ଯାଇଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ୭୦,୯୪୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣ ଜଳ ନିଷ୍କାସନ କରାଯାଉଛି । ବାମପଟର ୨ଟି ଏବଂ ଡାହାଣ ପଟର ଗୋଟିଏ ଗେଟ୍ ଖୋଲା ଯାଇଛି।

 

Comments are closed.