ହୀରକୁଦ ଡ୍ୟାମ ଜଳସ୍ତର ୬୨୦ ଫୁଟ ; ବନ୍ଦ ହେଲା ଆଉ ୫ଟି ଗେଟ୍

ସମ୍ୱଲପୁର ; ହୀରାକୁଦ ଡ୍ୟାମ୍ ର ଜଳସ୍ତର ଶନିବାର ୬୨୦ ଫୁଟ ରହିଛି । ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି । ତେଣୁ ଶନିବାର ଡ୍ୟାମ କର୍ତ୍ତୃପକ୍ଷ ଜଳ ଭଣ୍ଡାରର ଖୋଲା ରହିଥିବା ୧୦ଟି ଗେଟ୍ ମଧ୍ୟରୁ ୫ଟି ଗେଟକୁ ବନ୍ଦ କରିଦେଇଛନ୍ତି । ଫଳରେ  ଏବେ ୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଗତ ଗୁରୁବାର ୨୦ଟି ଗେଟ୍  ଖୋଲା ଯାଇଥିବା ବେଳେ ଶୁକ୍ରବାର ୧୦ଟି  ଗେଟ୍ ବନ୍ଦ କରାଯାଇଥିଲା । ଅନ୍ୟପଟେ  ପୂର୍ବରୁ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହୋଇଥିବା ବନ୍ୟା ଜଳ ଆଜି ମୁଣ୍ଡୁଳିରେ ପହଁଚିବ  ।  କିନ୍ତୁ କୌଣସି ବଡ ଧରଣର ବନ୍ୟା ଆଶଙ୍କା ନଥିବା ଜଳ ସମ୍ପଦ ବିଭାଗ ସୂଚନା ଦେଇଛି ।

Comments are closed.