ହୀରାକୁଦ ଡ଼୍ୟାମର ଆଉ ୨ଟି ଗେଟ୍‍ ଖୋଲିଲା

ସମ୍ବଲପୁର : ହୀରାକୁଦ ଡ଼୍ୟାମର ଆଉ ୨ଟି ଗେଟ୍‍ ରବିବାର ଖୋଲିଲା। ବର୍ତ୍ତମାନ ୭ଟି ଗେଟ୍‍ ଦେଇ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୫୧,୨୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି ଜଳଭଣ୍ଡାରକୁ ୯୬ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି। ବୁଧବାର ପ୍ରଥମେ ୭ନମ୍ବର ଗେଟ ଖୋଲାଯାଇ ହୀରାକୁଦ ଡ଼୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା। ଏହାପରେ ଗୁରୁବାର ଦିନ ୨ଟା ସୁଦ୍ଧା ୧୬ ଟି ଗେଟ୍‍ ଓ ଗୁରୁବାର ଅପରାହ୍ନରେ ଆଉ ୪ଟି ଅର୍ଥାତ ମୋଟ ୨୦ଟି ଗେଟ୍‍ ଖୋଲାଯାଇ ଜଳ ନିଷ୍କାସନ କରାଯାଇଥିଲା।ଏହାପରେ ଜଳ ଭଣ୍ଡାରକୁ ଜଳ ପ୍ରବାହ କମ ହେବା ପରେ ଖୋଲାଯାଇଥିବା ମୋଟ ୨୦ଟି ଗେଟ୍‍ ମଧ୍ୟରୁ ଶୁକ୍ରବାର ୧୦ଟି ଗେଟ୍‍ ବନ୍ଦ କରାଯାଇଥିଲା। ପରେ ଖୋଲା ଥିବା ୧୦ ଟି ଗେଟ୍‍ ମଧ୍ୟରୁ ଶନିବାର ୫ଟି ଗେଟ୍‍କୁ ବନ୍ଦ କରାଯାଇଥିଲା।

Comments are closed.