ହୀରାକୁଦ ଜଳସ୍ତର ୬୨୭ ଫୁଟ : ସବୁ ଗେଟ ବନ୍ଦ

0

ସମ୍ବଲପୁର : ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳପତ୍ତନ ସୀମା ୬୩୦ ଫୁଟ ହୋଇଥିବା ବେଳେ ଏଥିରେ ଆଉ ମାତ୍ର ୩ ଫୁଟ ବାକି ରହିଛି। ମହାନଦୀ ଉପରମୁଣ୍ଡରୁ ପ୍ରବେଶ କରୁଥିବା ଜଳ ପରିମାଣ ବୃଦ୍ଧି ପାଇବାରୁ ବନ୍ଧର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବୁଧବାର ଦିନ ରାତ୍ର ୯ ପରଠାରୁ ଜଳଭଣ୍ଡାରରେ ଜଳସ୍ତର ୬୨୭ ଫୁଟ ରହିଛି। ଏହା ପୁର୍ବରୁ ଏହା ୬୨୬.୯୭ ଫୁଟ ରହିଥିଲା। ଏବେ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୫ ହଜାର ୨୮୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେହି ସମାନ ସମୟରେ ୧୫ହଜାର ୨୮୯ କ୍ୟୁସେକ ବନ୍ୟା ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି। ଏବେ ସମସ୍ତ ସ୍ଲୁଇସ ଗେଟ ବନ୍ଦ ରହିଛି। ଦିନ ୧୨ଟା ସମୟରେ ନଦୀବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଜାରି ସୁଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଉପର ମୁଣ୍ଡରେ କୌଣସି ବର୍ଷା ହୋଇ ନ ଥିବା ବେଳେ ତଳ ମୁଣ୍ଡରେ ୪.୫୦ ମିଲିମିଟର ବର୍ଷା ହୋଇଛି। ୨୦ ତାରିଖ ରାତ୍ର ୯ ଟା ପର୍ଯ୍ୟନ୍ତ କୌଣସି ସ୍ଲୁଇସ ଗେଟ ଖୋଲା ଯାଇ ନ ଥିବା ବେଳେ ଜଳସ୍ତର ୬୨୭ ଫୁଟ ରହିଛି ବୋଲି ବନ୍ଧ ନିୟନ୍ତ୍ରଣ କକ୍ଷ ସୁତ୍ରରୁ ଜଣାପଡିଛି।

Leave A Reply