ହୀରାକୁଦ ଜଳସ୍ତର ୬୧୪.୩୯ ଫୁଟ

ସମ୍ବଲପୁର : ମହାନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତରରେ ଲଗାତାର ବୃଦ୍ଧି ଘଟୁଛି। ରବିବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୧୪.୩୯ ଫୁଟ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ୦୧.୭୩ ମି.ମି. ଓ ତଳ ମୁଣ୍ଡରେ ୦୧.୩୩ ମି.ମି. ବର୍ଷା ହୋଇଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୪ ହଜାର ୨୮୩ ଘନଫୁଟ ପାଣି ପ୍ରବେଶ କରୁଛି। କେନାଲ ଓ ପାୱାର ଚେନାଲ ଯୋଗେ ୧୭ ହଜାର ୯୯୧ ଘନଫୁଟ ପାଣି ଛଡ଼ା ଯାଉଛି। ପାୱାର ଚେନାଲ ଯୋଗେ ୧୪ ହଜାର ୨୬୬ ଘନଫୁଟ ଓ କେନାଲରେ ୩ ହଜାର ୫୫୫ ଘନଫୁଟ ପାଣି ଛଡ଼ା ଯାଉଛି। କାରଖାନାଗୁଡ଼ିକୁ ୧୭୦ ଘନଫୁଟ ପାଣି ଯୋଗାଇ ଦିଆଯାଉଛି। ହୀରାକୁଦ ବନ୍ଧରୁ ଆସନ୍ତା ୧୪ ତାରିଖ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ ବୋଲି ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.