ଟିକିରିରେ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ କୋରାପୁଟ ରାୟଗଡା ରେଳ ପଥରେ ପ୍ରବଳ ପାଣି ଯମିଛି।ପାଣି ଜମିଥିବା ଯୋଗୁଁ ଟିକିରି ଷ୍ଟେସନରେ ଦୀର୍ଘ ସମୟଧରି ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଛି। ସେପଟେ ରାଉଳି ଓ ଲେଲିଗୁମା ନିକଟସ୍ଥ ରେଳ ପଥରେ ମଧ୍ୟ ଏକ ଗଛ ପଡିଥିବା ସୂଚନା ମିଳିଛି। ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁରରୁ ଭୁବନେଶ୍ବର ଆସୁଥିଲା।ଟ୍ରେନ ଅଟକି ରହିଥିବା ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେପଟେ ରେଳଲାଇନରୁ ପାଣି କମିବାପରେ ରେଳଚଳାଚଳ ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି।

Comments are closed.