ହିନ୍ଦୁ ଏକ ଧର୍ମ ନୁହଁ, ସାବରକର ସୃଷ୍ଟି କରିଥିଲେ ହିନ୍ଦୁତ୍ୱ ଶବ୍ଦ: ଦିଗ୍‍ବିଜୟ

0

ନୂଆଦିଲ୍ଲୀ : କଂଗ୍ରେସ ବରିଷ୍ଠ ନେତା ଦିଗ୍‍ବିଜୟ ସିଂହ ଆଜତକର ଏକ କାର୍ଯ୍ୟକ୍ରମରେ ହିନ୍ଦୁ ଏକ ଧର୍ମ ନୁହେଁ ଓ ହିନ୍ଦୁତ୍ୱ ଶବ୍ଦର ସୃଷ୍ଟି ସାବରକର କରିଥିଲେ ବୋଲି କହିଛନ୍ତି। ହିନ୍ଦୁ ଆତଙ୍କବାଦ ଟିପ୍ପଣୀ ନେଇ ଏକ ପ୍ରଶ୍ନର ଉତ୍ତରରେ ସାବରକର କହିଛନ୍ତି ଯେ ହିନ୍ଦୁତ୍ୱ ଶବ୍ଦ ସାବରକରଙ୍କ ସୃଷ୍ଟି। ଏହାର ଧର୍ମସହ କୌଣସି ନେଣଦେଣ ନାହିଁ। ମୁଁ ଜଣେ ସାତ୍ୱିକ ହିନ୍ଦୁ ଏବଂ ସନାତନ ଧର୍ମାବଲମ୍ବୀ। ମୁଁ ନିଜେ ଜଣେ ହିନ୍ଦୁ, ତେଣୁ ହିନ୍ଦୁ ଆତଙ୍କବାଦ ମୁଁ କହିପାରିବି ନାହିଁ। ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡି ହେବନାହିଁ। କୌଣସି ଧର୍ମ ହିଂସାକୁ ପ୍ରୋତ୍ସାହିତ କରେନାହିଁ। ସେ କହିଥିଲେ ଯେ ମୁଁ ପ୍ରଥମ ବ୍ୟକ୍ତି ଭାବେ ବଜରଙ୍ଗ ଦଳ ଏବଂ ସିମି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲି। ସେ ହିନ୍ଦୁ ଆତଙ୍କବାଦ ନୁହେଁ ବରଂ ସଂଘ ଆତଙ୍କବାଦ କହିଥିଲେ ବୋଲି କହିଛନ୍ତି। ସଂଘ ହିନ୍ଦୁତ୍ୱର ପ୍ରତିନିଧିତ୍ୱ କରେନାହିଁ। ସଂଘ ଏକ ପଞ୍ଜିକୃତ ସଂଗଠନ ନୁହେଁ। ଏହାର ବି ସଦସ୍ୟତା ନାହିଁ। ଆରଏସ୍‍ଏସ୍‍ର ପ୍ରଚାର ଆଜମେର ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆରଏସ୍‍ଏସ୍‍ ନୀତି ଏବଂ ଆଦର୍ଶ ଏକ ବିଚାର ଅଟେ। ବିଭିନ୍ନ ହିଂସାକାଣ୍ଡରେ ସମ୍ପକୃକ୍ତ ଲୋକ ଆରଏସ୍‍ଏସ୍‍ ଚିନ୍ତାଧାରାରେ ପ୍ରେରିତ। ତେଣୁ ସେ ଆରଏସ୍‍ଏସ୍‍ ଆତଙ୍କବାଦୀ ସଂଗଠନ କହିଥଲେ ବୋଲି ଯୁକ୍ତି ବାଢିଛନ୍ତି।

Leave A Reply