ଜାଣନ୍ତୁ, ହିନ୍ଦୁ ଧର୍ମ ଅନୁସାରେ ପାଳନ କରୁଥିବା ପରମ୍ପରା

0

ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଓ ମାନ୍ୟତା ରହିଛି। ଯାହାକୁ ବର୍ତ୍ତମାନ ମଧ୍ୟ ଲୋକମାନେ ପାଳନ କରି ଆସୁଛନ୍ତି। ଏହି ସମସ୍ତ ମାନ୍ୟତା ଧର୍ମ ସହ ଯୋଡି ହୋଇ ରହିଛି। ଏହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ଅଛି।
ମଥାରେ ଟିକା ଲଗାଇବା:
ଭାରତୀୟ ପରମ୍ପରା ଅନୁସାରେ ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ମଥାରେ ଟିକା ଲଗାଇଥାନ୍ତି। ଧାର୍ମିକ ଦୃଷ୍ଟିରୁ ଦେଖିବାକୁ ଗଲେ ମଥାରେ ଟିକା ଲଗାଇବା ଦ୍ବାରା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିରୁ ଦେଖିବାକୁ ଗଲେ ଦୁଇ ଆଖିର ମଝିରେ ଆଜ୍ଞା ଚକ୍ର ରହିଛି। ଏହି ଆଜ୍ଞା ଚକ୍ରରେ ଟିକା ଲଗାଇବା ଦ୍ବାରା ଏକାଗ୍ରତା ବଢିଥାଏ।ଚକା ପକାଇ ଖାଇବା:
ଭାରତୀୟ ପରମ୍ପରା ଅନୁଯାୟୀ, କେତେକ ସ୍ଥାନରେ ଲୋକମାନେ ଭୂମିରେ ଚକା ପକାଇ ବସି ଖାଇଥାନ୍ତି। ଚକା ପକାଇ ଭୋଜନ କରିବା ଦ୍ବାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ। ଏହାଦ୍ବାରା ମନ ମଧ୍ୟ ଶାନ୍ତ ରହିଥାଏ।
ଦୁଇ ହାତ ଯୋଡି ପ୍ରଣାମ କରିବା:
ଭାରତୀୟ ପରମ୍ପରା ଅନୁଯାୟୀ, ଦୁଇ ହାତ ଯୋଡି ଏବଂ ପାଦ ଛୁଇଁ ପ୍ରଣାମ କରିବା ଉଚିତ। ଗୁରୁଜନଙ୍କୁ ସର୍ବଦା ପାଦ ଛୁଇଁ ପ୍ରଣାମ କରିବା ଉଚିତ। ବୈଜ୍ଞାନିକ ଦୃଷ୍ଟିରୁ ଦୁଇ ହାତ ଯୋଡି ନମସ୍କାର କରିବା ଦ୍ବାରା ସମସ୍ତ ଆଙ୍ଗୁଠି ପରସ୍ପର ସହ ସମ୍ପର୍କରେ ଆସିଥାନ୍ତି। ଏପରି କରିବା ଦ୍ବାରା ଶିରା ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଯାହାଦ୍ବାରା ଆମ ଆଖି, କାନ ଓ ମସ୍ତିଷ୍କ ଉପରେ ମଧ୍ୟ ଭଲ ପ୍ରଭାବ ପଡିଥାଏ।ସୂର୍ଯ୍ୟ ପୂଜା କରିବା:
ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପୂଜା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଅନେକ ରୋଗରୁ ମୁକ୍ତି ପାଇଥାନ୍ତି। ପରିବାର ସଦସ୍ୟଙ୍କ ଉନ୍ନତି ମଧ୍ୟ ହୋଇଥାଏ। ସମାଜରେ ମାନ-ସମ୍ମାନ ମଧ୍ୟ ବୃଦ୍ଧି ହୋଇଥାଏ।
ସିନ୍ଦୁର ଲଗାଇବା:
ହିନ୍ଦୁ ପରମ୍ପରା ଅନୁଯାୟୀ, ମହିଳାମାନେ ସିନ୍ଦୁର ଲଗାଇବା ଦ୍ବାରା ସ୍ବାମୀଙ୍କର ଉନ୍ନତି ହୋଇଥାଏ। ମହିଳା ମାନେ ମଥାରେ ସିନ୍ଦୁର ଲଗାଇବା ଦ୍ବାରା ସ୍ବାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ। ଏହାସହ ମହିଳାମାନେ ସିନ୍ଦୁର ଲଗାଇବା ଦ୍ବାରା ମୁଣ୍ଡବିନ୍ଧା ଓ ମାନସିକ ଚିନ୍ତାରୁ ମୁକ୍ତି ପାଇଥାନ୍ତି।

Leave A Reply