୧୦୦ କୋଟି କ୍ଲବରେ ‘ବଧାଇ ହୋ’  

0

ମୁମ୍ବଇ : ଆୟୁଷ୍ମାନ ଖୁରାନଙ୍କ ଅଭିନୀତ ଭିନ୍ନ ଧରଣର ଚଳଚ୍ଚିତ୍ର  ‘ବଧାଇ ହୋ’  ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଅପାର ସଫଳତା ଲାଭ କରିଛି। ଫଳରେ ‘ବଧାଇ ହୋ’  ୧୦୦ କୋଟି କ୍ଲବରେ ସାମିଲ ହୋଇ ପାରିଛି । ଅମିତ ଶର୍ମା ନିର୍ଦ୍ଦେଶିତ ‘ବଧାଇ ହୋ’ରେ ବିଭିନ୍ନ ଭୂମିକାରେ ଆୟୁଷ୍ମାନ ଖୁରାନାଙ୍କ ସହ ସାନ୍ୟା ମଲହୋତ୍ରା ଓ ନୀନା ଗୁପ୍ତା ଓ ଗଜରାଜ ରାଓ ଅଭିନୟ କରିଛନ୍ତି । କମ୍ ବଜେଟରେ ଫିଲ୍ମଟି ନିର୍ମାଣ ହୋଇଥିଲେ ମଧ୍ୟ ବେଶ ଭଲ ବ୍ୟବସାୟିକ ସଫଳତା ଲାଭ କରିଛି।

ଜଣେ ମଧ୍ୟବିତ ପରିବାରର ବୟସ୍କା  ମହିଳା ଗର୍ଭବତୀ ହେବା ଘଟଣା ହିଁ ଏହାର କଥାବସ୍ତୁ। ତେବେ ଉଭୟ ପ୍ରଶଂସକ ଓ ସମୀକ୍ଷକ ମହଲରେ ‘ବଧାଇ ହୋ’ ଖୁବ ଆଦୃତ ଲାଭ କରିଛି । ପାରିବାରିକ କାହାଣୀ ଏବଂ ହାଲକା ଫୁଲକା ମନୋରଞ୍ଜନ ଯୋଗୁଁ ଫିଲ୍ଭଟି ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି ।

ଏହି ସନେମାର ସଫଳତା ପରେ ଆୟୁଷ୍ମାନଙ୍କ ପାଖକୁ ଆହୁରି ତିନୋଟି ସିନେମାର ଅଫର ଆସିଛି। ଅନ୍ୟପକ୍ଷରେ ‘ବଧାଇ ହୋ’ର ବ୍ୟବସାୟିକ ସଫଳତା ବଲିଉଡର ନାମୀ ନିର୍ଦ୍ଦେଶକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Leave A Reply