ବ୍ରାଉନସୁଗର ଜବତ, ଜଣେ ଗିରଫ

0

ବାଲେଶ୍ବର : ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ବରପୁର ବସ୍ତିରୁ ୨୩ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି। ଏଥିରେ ସଂପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ମଙ୍ଗଳବାର ଭୋର ସମୟରେ ଅବକାରୀ ବିଭାଗ ଚଢଉ କରି ଏହି ବ୍ରାଉନସୁଗର କରିଛି। ଗିରଫ କରାଯାଇଥିବା ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ଅନୀଲ ଖଟିକ।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଅନୀଲ ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଜଳେଶ୍ବର ଷ୍ଟେସନରେ ପହଞ୍ଚିଥିଲେ। ଅବକାରୀ ବିଭାଗ କୌଣସି ମତେ ଏହି ବିଷୟରେ ଖବର ପାଇ ଅନୀଲକୁ ବସ୍ତିରୁ ଗିରଫ କରିଥିଲେ।

Leave A Reply