ରାଜଧାନୀରୁ ପୁଣି ବ୍ରାଉନସୁଗର ଜବତ

0

ଭୁବନେଶ୍ବର : ରାଜଧାନୀରୁ ପୁଣି ବ୍ରାଉନସୁଗର ଜବତ ହୋଇଛି। ଶୁକ୍ରବାର ସକାଳେ ଭୁବନେଶ୍ବରର ଚିନ୍ତାମଣିଶ୍ବର ଓ ହଳଦୀପଡିଆ ବସ୍ତିରେ ଅବକାରୀ ବିଭାଗ ଚଢାଉ କରି ବ୍ରାଉନସୁଗର ଜବତ କରିଛନ୍ତି। ଜବତ ବ୍ରାଉନସୁଗରର ଓଜନ ପ୍ରାୟ ୩୫୦ଗ୍ରାମ ହେବ ବୋଲି ସୂଚନା ମିଳିଛି। ତାର ଆନୁମାନିକ ମୂଲ୍ୟ ପ୍ରାୟ ୩୮ଲକ୍ଷ ହେବ। ଏଥିରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ଜଣ ମହିଳା ଥିବା ଜଣାପଡିଛି। ସେମାନେ ଜଳେଶ୍ବରରୁ ବ୍ରାଉନସୁଗର ଆଣି ଭୁବନେଶ୍ବରରେ ବେପାର କରୁଥିବାର ସୂଚନା ମିଳିଛି।

 

Leave A Reply