ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରୁ ୧୭ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଏହି ବ୍ରାଉନସୁଗାର କାରବାର ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଛବିନ୍ଦ୍ର ପ୍ରଧାନ(୩୦) ଏବଂ ତାଙ୍କ ଘର ଗୁରୁଜଙ୍ଗ ଅଞ୍ଚଳରେ ବୋଲି ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଖୋର୍ଦ୍ଧା ଓ ଏହାର ପାଖଆଖ ଅଞ୍ଚଳରେ ବିକ୍ରି କରୁଥିଲା । ଜବତ ବ୍ରାଉନସୁଗାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି ।

Comments are closed.