ଭୁବନେଶ୍ବରର ଦୁଇଟି ସ୍ଥାନରୁ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବ୍ରାଉନସୁଗାର ବେପାର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଅପରାହ୍ନ ସମୟରେ ଭୁବନେଶ୍ବରରୁ ଦୁଇଟି ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଛି। ଏହାସହ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢଉ କରି ସାଲିଆ ସାହିରୁ ୧୮ଗ୍ରାମ ଓ ମଞ୍ଚେଶ୍ବରରୁ ୫୨ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Comments are closed.