ଭୁବନେଶ୍ବରର ହଳଦିପଡିଆ ଓ ଯାଜପୁରର ପାଣିକୋଇଲି ଅଞ୍ଚଳରୁ ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ବର : ରାଜ୍ୟର ଦୁଇଟି ସ୍ଥାନରୁ ବୁଧବାର ଦିନ ବ୍ରାଉନସୁଗାର ଜବତ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାକୁ ଲାଗିଛି। କିଛି ଦିନର ବ୍ୟବଧାନରେ ଭୁବନେଶ୍ବରର ହଳଦିପଡିଆ ବସ୍ତିରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ବୁଧବାର ଦିନ ଅବକାରୀ ବିଭାଗ ଚଢାଉ କରି ୪୫ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରିଛି। ତେବେ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

ସେହିପରି ଯାଜପୁରର ପାଣିକୋଇଲି ନିକଟରୁ ୯୦ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ନିର୍ବାଚନୀ ଫ୍ଲାଇଂ ସ୍କ୍ବାର୍ଡ ଗାଡି ଯାଞ୍ଚ କରୁଥିବା ବେଳେ ବ୍ରାଉନସୁାର ମିଳିଥିଲା। ଜବତ ବ୍ରାଉନସୁଗାରର ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଘଟଣାରେ ମଧ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି।

Comments are closed.