୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

0

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱରରୁ ରବିବାର ଭୋର ସମୟରେ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ଜଳେଶ୍ୱରରୁ ଅବକାରୀ ବିଭାଗ ଚଢାଉ କରି ୧୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ  ଅବକାରୀ  ବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ କାରରେ ଏହି ବ୍ରାଉନ ସୁଗାର ଭୁବନେଶ୍ୱରକୁ ଆସୁଥିବା ବେଳେ ଅବକାରୀ ବିଭାଗ ୬୦ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ପମ୍ପରେ ନିକଟରେ ଏହାକୁ ଜବତ କରିଥିଲା।

Leave A Reply