ପ୍ରିୟଦର୍ଶନଙ୍କ ସହ ମିଶି ପୁଣି ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଅକ୍ଷୟ, ପରେଶ ଓ ସୁନୀଲ

ନୂଆଦିଲ୍ଲୀ : ‘ହେରା ଫେରୀ’ର ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ‘ହେରା ଫେରୀ-୩’। କାର୍ଯ୍ୟବ୍ୟସ୍ତତା ଯୋଗୁଁ ଇନ୍ଦ୍ର କୁମାର ଏହାର ନିର୍ଦ୍ଦେଶନାରୁ ଓହରି ଯିବାରୁ ଏବେ ଏହି ଭାର ପୁଣି ପ୍ରିୟଦର୍ଶନ ବହନ କରିଛନ୍ତି। ଚଳଚ୍ଚିତ୍ରରେ ୧୯ ବର୍ଷ ପରେ ପୁଣି ଥରେ ଅକ୍ଷୟ, ସୁନୀଲ ଓ ପରେଶଙ୍କ ଯୋଡ଼ି ଦେଖିବାକୁ ମିଳିବ। ୨୦୦୦ ମସିହାରେ ପରଦାକୁ ଆସିଥିବା ‘ହେରା ଫେରୀ’ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲା। ଚଳଚ୍ଚିତ୍ରରେ ପରେଶ ରାୱଲଙ୍କ ବାବୁ ରାଓ ଗଣପତ ରାଓ ଆପ୍ଟେ ଭୂମିକାକୁ ଲୋକେ ଆଜି ବି ମନେପକାଇ ହସିବାକୁ ଲାଗନ୍ତି। ପରେଶ ରାୱଲଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଓ ସୁନୀଲ ଶେଟ୍ଟୀଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ଖୁବ୍‍ ହସାଇଥିଲା। ‘ହେରା ଫେରୀ-୩’ ଜରିଆରେ ପ୍ରିୟଦର୍ଶନଙ୍କ ସହ ମିଶି ପୁଣି ଏହି ତିନିଜଣ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ଆସୁଛନ୍ତି।

ଉଲ୍ଲେଖଯୋଗ୍ୟ, ‘ହେରା ଫେରୀ’ର ପ୍ରଥମ ଭାଗର ନିର୍ଦ୍ଦେଶନା ପ୍ରିୟଦର୍ଶନ ଦେଇଥିବା ବେଳେ ଦ୍ୱିତୀୟ ଭାଗର ନିର୍ଦ୍ଦେଶନା ନୀରଜ ବୋରା ଦେଇଥିଲେ। ତେବେ ଏହାର ତୃତୀୟ ଭାଗର ନିର୍ଦ୍ଦେଶନା ଇନ୍ଦ୍ର କୁମାର ଦେବାର ଥିଲା, ମାତ୍ର କୌଣସି କାରଣବସତଃ ସେ ଏଥିରୁ ଓହରି ଯାଇଛନ୍ତି। ଏବେ ପ୍ରିୟଦର୍ଶନ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି।

Comments are closed.