ଏକ ମାର୍ଗଦର୍ଶୀ କାହାଣୀ; ଗୋଟିଏ କଲେଜରେ ପାଠ ପଢୁଛନ୍ତି ବାପା-ଝିଅ

ପ୍ରାୟତଃ ଛାତ୍ରଛାତ୍ରୀ ନିଜର ପରିବାରଲୋକଙ୍କୁ କଲେଜ କ୍ୟାମ୍ପସ ମଧ୍ୟରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ସେ ଅଭିଭାବକ ହୁଅନ୍ତୁ ବା ଦୂର ସମ୍ପର୍କୀୟ, ଏମାନଙ୍କୁ କଲେଜ କ୍ୟାମ୍ପସ ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଅସୁଖକର ମନେ କରନ୍ତି । କିନ୍ତୁ ମୁମ୍ବାଇର ଏକ ଏଭଳି ଘଟଣା ସମ୍ନାକୁ ଆସିଛି ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ।

ଗୋଟିଏ କଲେଜରେ ପଢୁଛନ୍ତି ବାପା ଓ ଝିଅ । କେବଳ ସେତିକି ନୁହେଁ, ବାପା ହେଉଛନ୍ତି ନିଜ ଝିଅର କନିଷ୍ଠ ଛାତ୍ର । ଆଜ୍ଞା ହଁ କଥାଟା ବିଶ୍ବାସ ହେଉନଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ । ‘ହ୍ୟୁମାନ ଅଫ୍ ବମ୍ବେ’ ଗ୍ରୁପ୍ ପକ୍ଷରୁ ବୁଧବାର ଫେସବୁକ୍ ରେ ଜଣେ ଛାତ୍ରୀ ଏହି ପୋଷ୍ଟ କରିଛନ୍ତି ।

ପୋଷ୍ଟରେ ଉଲ୍ଲେଖ ରହିଛି ଯେ, ମୋ ବାପା ଆଇନ ପାଠ ପଢିବାକୁ ସର୍ବଦା ଆଗ୍ରହ ପ୍ରକାଶ କରୁଥିଲେ । ସେ କୋର୍ଟକୁ ଭଲ ପାଉଥିଲେ । କୌଣସି ମାମଲା ବିଷୟରେ ଶୁଣିବାକୁ ଏବଂ ସେ ବିଷୟରେ ଅଧିକରୁ ଅଧିକ ଜଣିବା ପାଇଁ ଚେଷ୍ଟା କରୁଥିଲେ । ଏହା ସହ ସେ ଆଇନ ପାଠ ପଢିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ପରିବାରର ଆର୍ଥିକ ସମସ୍ୟା କାରଣରୁ ସେ ପଢିପାରିନଥିଲେ । କିନ୍ତୁ ନିଜେ ଦିନ ରାତି ପରିଶ୍ରମ କରି ପିଲାମାନଙ୍କ ସ୍ବପ୍ନକୁ ସାକାର କରିବାକୁ ଲାଗି ପଡିଥିଲେ । ମୋ ଭଉଣୀ ଜଣେ ଡାକ୍ତର, ମୋ ଭାଇ ଏବଂ ମୁଁ ଆଇନ ପାଠ୍ୟକ୍ରମରେ ଅଧ୍ୟୟନ କରୁଛୁ । ଯେତେବେଳେ ମୁଁ ଆଇନରେ ପଢିବା ଆରମ୍ଭ କରି ମୋ ବାପା ଏସବୁ ବିଷୟରେ ବହୁତ ଆଗ୍ରହ ପ୍ରକାଶ ପରିବା ସହ ଛୋଟରୁ ଛୋଟ କଥା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି । ସେ ସର୍ବଦା ମୋ ଶ୍ରେଣୀ ଏବଂ ପାଠକ୍ରମ୍ୟ ବିଷୟ ପଚାରନ୍ତି ।

ଦିନେ ସେ ହୃଦୟଙ୍ଗମ କଲେ ଯେ ଆଇନ ବା ‘ଲ’ ପଢିବେ । ତେଣୁ ସେ ୟୁନିଭରସିଟି ଯାଇ ‘ଲ’ ପାଠ୍ୟକ୍ରମରେ ନିଜ ନାମ ଲେଖାଇଲେ । ବର୍ତ୍ତମାନ ବାପା ଓ ଝିଅ ଗୋଟିଏ କଲେଜରେ ପାଠ ପଢୁଥିବା ବେଳେ ବାପା ଝିଅର କନିଷ୍ଠ ଶ୍ରେଣୀ ଛାତ୍ର । ଏହା ସେମାନଙ୍କ ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ଛାତ୍ରୀ ଜଣଙ୍କ ପୋଷ୍ଟ କରିଛନ୍ତି । ଅଗଷ୍ଟ ୭ ତାରିଖ ବୁଧବାର ଫେସବୁକ୍ ରେ ଛାତ୍ରୀ ଜଣଙ୍କ ଏହି ପୋଷ୍ଟ କରିଥିଲେ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ଅନେକଙ୍କ ମୁହଁରେ ହସ ଭରି ଦେଇଥିଲା ।

Comments are closed.