ଟ୍ୟାଙ୍କ୍‍ ବିଧ୍ୱଂସୀ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ

0

ଜୟପୁର : ରାଜସ୍ଥାନର ପୋଖରାନ୍‍ରୁ ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କ୍‍ ବିଧ୍ୱଂସୀ ଗାଇଡେଡ୍‍ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ କରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଗାଇଡେଡ୍‍ ବୋମା ସ୍ମାର୍ଟ ଆଣ୍ଟି ଏୟାର୍‍ଫିଲ୍‍ଡ୍‍ କ୍ଷେପଣାସ୍ତ୍ର (ଏସଏଏଡବ୍ଲ୍ୟୁ)କୁ ମଧ୍ୟ ଜୈସାଲ୍‍ମର୍‍ଠାରେ ସଫଳ ପରୀକ୍ଷଣ କରାଯାଇଛି। ଏହି ବୋମାକୁ ବିମାନ ବାହିନୀର ଏକ ଯୁଦ୍ଧବିମାନରୁ ଛଡ଼ାଯାଇଥିଲା।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘ହେଲିନା’ର ଏହା ସର୍ବାଧିକ ଲକ୍ଷ୍ୟଭେଦୀ କ୍ଷମତାର ସଫଳ ପରୀକ୍ଷଣ। ତେବେ କୌଣସି ତ୍ରୁଟି ବିନା କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିଥିଲା।

ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତର ରମଣ ଡିଆରଡିଓ ଏବଂ ଭାରତୀୟ ସେନା ବାହିନୀକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave A Reply