ଶକ୍ତିଶାଳୀ ଝଡ଼ରେ ପରିଣତ ହେଲା ‘କ୍ୟାର୍‍’

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସଂଗଠିତ ସାମୁଦ୍ରିକ ଝଡ଼ କ୍ୟାର୍‍ ଏକ ଶକ୍ତିଶାଳୀ ଝଡ଼ରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଓମାନ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ମହାରାଷ୍ଟ୍ରର ରତ୍ନଗିରି ଓ ସିନ୍ଧୁ ଦୁର୍ଗ ତଥା ଗୋଆରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଓ ଦକ୍ଷିର ଗୁଜରାଟର ସମୁଦ୍ରକୂଳିଆ ଅଞ୍ଚଳର ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ଏହାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି। ଏପର୍ଯ୍ୟନ୍ତ ୧୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୧୦୦ରୁ ଅଧିକ ମାଛଧରା ଡଙ୍ଗାକୁ ନିରାପଦ ଭାବେ ବିଭିନ୍ନ ବନ୍ଦରକୁ ଫେରାଇ ଅଣାଯାଇଛି। ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଅଧିକାଂଶ ଅଂଚଳ ତଥା ତଟୀୟ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର ଅଳ୍ପ କେତେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।

Comments are closed.