ଆପଣଙ୍କୁ ଫାଷ୍ଟ୍‍ ଫୁଡ଼ ଖାଇବା ପସନ୍ଦ କି ? ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଅଧିକାଂଶ ଲୋକଙ୍କୁ ହେଉ ଅଥବା ପିଲାଙ୍କୁ ଚାଇନିଜ ଖାଦ୍ୟ (ବିଭିନ୍ନ ପ୍ରକାର ଫାଷ୍ଟ୍‍ ଫୁଡ) ଖାଇବାକୁ ବେଶ ପସନ୍ଦ। ମାତ୍ର ଏହିସବୁ ଖାଦ୍ୟ ଖାଇବା ପରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ। ଯାହା ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ। ଜାଣନ୍ତୁ ଏହା ବିଷୟରେ….
ଆପଣ ଚାଇନିଜ ଖାଦ୍ୟ ଖାଇବାର  କିଛି ସମୟ ପରେ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗରମ ପାଣି ପିଇବା ଦ୍ୱାରା ଏହି ଖାଦ୍ୟ ଶରୀର ଭିତରେ ଲାଖି ହୋଇ ଚିକଟା ଭଳି ରହିନଥାଏ।
ଚାଇନିଜ ଖାଦ୍ୟ ଯେପରି ଚାଓମିନ, ମୋମୋ ଆଦି ମଇଦାରୁ ପ୍ରସ୍ତୁତ ହୋଇଥାଏ। ମଇଦା ଜାତୀୟ ଦ୍ରବ୍ୟ ଖାଇବା ପରେ ଏହା ଆମ ଶରୀର ଭିତରେ ଲାଖି ହୋଇ ଚିକଟା ଭଳି ରହିଯାଏ। ତେଣୁ ମଇଦା ଜାତୀୟ ଖାଦ୍ୟ ଖାଇବା ପରେ କିଛି ଗରମ ପାନୀୟ ପିଇବା ଆବଶ୍ୟକ।
ଆପଣଙ୍କୁ ଯଦି ଗରମ ପାଣି ପିଇବା ପସନ୍ଦ ନୁହେଁ, ତେବେ ସୁପ ମଧ୍ୟ ପିଇପାରିବେ।
ଚା’ ଓ କଫି ପିଇପାରିବେ।
ଚାଇନିଜ ଖାଇବା ପରେ କିଛି ସମୟ ବାହାରକୁ ଆସି ଚାଲିବା ଦ୍ୱାରା ମଧ୍ୟ ଖୁବ ଆରମ ଅନୁଭବ ହୋଇଥାଏ।

Comments are closed.