ଆପଣାନ୍ତୁ ଏହି ଉପାୟ ଦୂର ହେବ ହାଡ଼ ଜନିତ ସମସ୍ୟା

ବୟସ ଯାହା ବି ହେଉ ସଭିଁଙ୍କୁ ମଜଭୂତ ହାଡ଼,ସୁସ୍ଥ ଶରୀରର ଆବଶ୍ୟକତା ରହିଛି। ଜୀବନରେ ଖାଦ୍ୟପେୟର ଅନିୟମିତତା ହେଉ ଅଥବା ବୟସର ବୃଦ୍ଧି ହେଉ ଶରୀରରେ ମିନେରାଲ୍ସ୍‍ର ମାତ୍ରା କମିଥାଏ , କିମ୍ବା ଶେଷ ହୋଇଥାଏ। ଯାହାଫଳରେ ହାଡ଼ ଘସି ହୋଇଥାଏ ଏବଂ ଏହା ଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ। ଫଳରେ କାମ କରିବାର ଆଗ୍ରହ କମିଥାଏ। ସାଧାରଣ ମାଡ଼ ହୋଇଗଲେ , ହାଡ଼ ଭାଙ୍ଗିଯାଏ। ବହୁ ସାଧାରଣ ଉପାୟ ଅବଲମ୍ବନ କରି ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା।
ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ସଭିଁଙ୍କୁ ବହୁଳ ମାତ୍ରାରେ କ୍ୟାଲସିୟମର ଆବଶ୍ୟକତା ରହିଛି। ମଜଭୂତ ହାଡ଼ ପାଇଁ ଭିଟାମିନ ଡ଼ିର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ଭିଟାମିନ ଡ଼ି ଥିବା ସମସ୍ତ ଖାଦ୍ୟ ଖାଇବା ସହ ନିୟମିତ କ୍ଷୀର ପିଇବା ନିତ୍ୟାନ୍ତ ଜରୁରୀ । ଏହା ଦ୍ୱାରା ଆମ ହାଡ଼ ଖୁବ ଶକ୍ତ ହୋଇଥାଏ।
ନିୟମିତ ସକାଳୁ ଉଠି ବ୍ୟାୟାମ କରିବା ଶରୀର ପାଇଁ ଖୁବ ଉତ୍ତମ ଅଟେ। ଭୋର ୪ ରୁ ୫ ଟା ମଧ୍ୟରେ ବ୍ୟାୟାମ କଲେ, ଶରୀରର ସୁସ୍ଥ ରହିବା ସହ ହାଡ଼ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ମହିଳାମାନଙ୍କୁ କ୍ୟାଲସିୟମର ଅଧିକ ଆବଶ୍ୟକତା ରହିଛି। ତେଣୁ ମହିଳାମାନେ ନିୟମିତ ବ୍ୟାୟାମ କରିବା ସହ ନିଜ ଖାଦ୍ୟରେ କ୍ଷୀର, ସବୁଜ ପନିପରିବା, ମାଛ, ମାଂସ ଆଦି ସମସ୍ତ ପ୍ରକାର ଖାଦ୍ୟ ଖାଇବା ଉଚିତ।
ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଠାରେ ହାଡ଼ ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ। ତେଣୁ ସେମାନେ ନିୟମିତ ବ୍ୟାୟାମ କରିବା ସହ କିଛି ସମୟ ସକାଳ ସମୟରେ ଚାଲିବା ଅଧିକ ଲାଭଦାୟକ ଅଟେ। ଭିଟାମିନ ଥିବା ସମସ୍ତ ଖାଦ୍ୟ ଖାଇବା ମଧ୍ୟ ଆବଶ୍ୟକ। ଅଲିଭ ଅଏଲ ଖାଇବା ଦ୍ୱାରା ହାଡ଼ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Comments are closed.