ଖାଦ୍ୟପଦାର୍ଥ ପାଇଁ କିଛି ଆବଶ୍ୟକୀୟ ଟିପ୍ସ

ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥ ଖାଇବା ନିତ୍ୟାନ୍ତ ଆବଶ୍ୟକ । ବହୁ ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଆନ୍ତି। ମାତ୍ର କିପରି ଖାଇଲେ ତାହା ଶରୀରକୁ ହିତକାରକ ହେବ, ତାହା ସଭିଁଙ୍କୁ ଜଣାନଥିବ। ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଯେତେ ଆବଶ୍ୟକ ତାହାକୁ ସଠିକ ଭାବେ ଖାଇବା ମଧ୍ୟ ଜରୁରୀ। ଯଦି ପନିପରିବା ଓ ଫଳକୁ ଭଲ ଭାବେ ଧୋଇ ନ ଖାଇବା ତେବେ ଏଥିରେ ଥିବା ଜୀବାଣୁ ଶରୀର ପାଇଁ କ୍ଷତିକାରକ। ଜାଣନ୍ତୁ ସେଭଳି ଅନ୍ୟ କେତେକ ଖାଦ୍ୟପଦାର୍ଥ ବିଷୟରେ ….
ଚାଉଳ –
ଚାଉଳକୁ ସର୍ବଦା ଭଲ ଭାବେ ଧୋଇବା ପରେ ଏହାକୁ ରୋଷେଇ କରିବା ଆବଶ୍ୟକ। ଏହା ଦ୍ୱାରା ଏଥିରେ ଥିବା ଦୂଷିତ ପଦାର୍ଥ ବାହାରିଯାଏ। ଏହାକୁ ଭଲ ଭାବେ ନ ଧୋଇ ରାନ୍ଧି ଖାଇଲେ ଏଥିରେ ଥିବା ଦୂଷିତ ପଦାର୍ଥ ପେଟ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ପାଚନ ତନ୍ତ୍ରକୁ ଉପରେ ମଧ୍ୟରେ କୁପ୍ରଭାବ ପକାଇଥାଏ।
ବିଭିନ୍ନ ଫଳ ଓ ପନିପରିବା –
ଫଳ ଓ ପନିପରିବାକୁ ସର୍ବଦା ଭଲ ଭାବେ ଧୋଇ ଖାଇବା ଉଚିତ। କାରଣ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏଥିରେ ବହୁ କେମିକାଲର ଦ୍ରବ୍ୟର ବ୍ୟବହାର କରାଯାଇଥାଏ। ତେଣୁ ଏହାକୁ ସର୍ବଦା ଭଲ ଭାବେ ଧୋଇ ଖାଇବା ଉଚିତ। ନଚେତ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ।
ମାଛ –
ମାଛକୁ ସର୍ବଦା ଭଲ ଭାବେ ଧୋଇ ଏଥିରେ ହଳଦୀ ଗୋଳାଇ କିଛି ସମୟ ରଖିବା ପରେ ହିଁ ରୋଷେଇ କରିବା ଆବଶ୍ୟକ। ଏହା ଦ୍ୱାରା ଏଥିରେ ଥିବା ସମସ୍ତ ଜୀବାଣୁ ନଷ୍ଟ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ।

Comments are closed.