ତ୍ୱଚା ପାଇଁ ବାମ୍ଫର ଆବଶ୍ୟକତା

ସମାଜ ପୋର୍ଟାଲ ଡେସ୍କ: ଉତ୍ତମ ଓ ସୁସ୍ଥ ତ୍ୱଚା ନିମନ୍ତେ ପ୍ରତି ୧୫ଦିନକୁ ଥରେ ବାମ୍ଫ ନେବା ଆବଶ୍ୟକ। ବାମ୍ଫ ନେବା ଦ୍ୱାରା ତ୍ୱଚାରେ ଉତ୍ତମ ଭାବେ ରକ୍ତସଞ୍ଚାଳିତ ହୁଏ ଓ ଚମକ ମଧ୍ୟ ଆସେ। ତ୍ୱଚାରେ ବାମ୍ଫ ନେବା ନିମନ୍ତେ ବଜାରରେ ଷ୍ଟିମର ଉପଲବ୍ଧ ହେଉଛି। ଏହା ବାଦ୍‍ ଘରେ ମଧ୍ୟ ଏକ ବଡ଼ ପାତ୍ରର ବ୍ୟବହାର କରି ବାମ୍ଫ ନେଇପାରିବେ।

ପ୍ରଥମେ ଏକ ପାତ୍ରରେ ୪ ଗିଲାସ ପାଣି ନେବେ। ପରେ ସେଥିରେ ଭଲଭାବରେ ଧୁଆହୋଇଥିବା ତୁଳସୀ ପତ୍ର, ପୋଦିନା ପତ୍ରକୁ ପକାଇବେ। ଏବେ ସେହି ପାତ୍ରକୁ ଚୁଲା ଉପରେ ରଖି ଚୁଲା ଜଳାନ୍ତୁ। ୧୫ ମିନିଟ୍‍ ପରେ ପାଣି ଭଲଭାବରେ ଫୁଟିବା ପରେ ଫାଳେ ଲେମ୍ବୁ ଚୁପୁଡ଼ି ଚୁଲା ବନ୍ଦ କରନ୍ତୁ। ସେହି ପାତ୍ରକୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ସହ ମୁହଁର ତ୍ୱଚାକୁ ପାତ୍ରଠାରୁ ଯଥେଷ୍ଟ ବ୍ୟବଧାନରେ ରଖି ଫୁଟନ୍ତା ପାଣିର ବାମ୍ଫ ସମ୍ମୁଖରେ ମୁହଁକୁ କିଛି ସେକେଣ୍ଡ ରଖନ୍ତୁ। ପରେ ମୁହଁକୁ କାଢ଼ିବେ ଓ ପୁଣି କିଛି ସେକେଣ୍ଡ ପାତ୍ର ଉପରେ ରଖିବେ। ତେବେ, ବେଶ୍‍ ସାବଧାନତାର ସହ ଏସବୁ କାର୍ୟ୍ୟ କରିବେ।

Comments are closed.