ଜାଣନ୍ତୁ, ବର୍ଷାଦିନେ ନିଜକୁ ଫିଟ୍ ରଖିବାର ଉପାୟ

0

ମୌସୁମୀ ଦିନରେ ତୁହାକୁ ତୁହା ବର୍ଷା କେଉଁଠାରେ ମଧ୍ୟ ହୋଇଯାଇଥାଏ। ଏଣୁ ସାଥିରେ ରେନକୋଟ୍ ଓ ଛତା ରଖିଲେ ମଧ୍ୟ ଅନେକ ବର୍ଷାରେ ଅଳ୍ପବହୁତେ ଓଦା ହୋଇଯାଆନ୍ତି। ଓଦା ହେଲେ ଥଣ୍ଡା, ସର୍ଦି, କାଶ ଓ ଜ୍ବର ମଧ୍ୟ ହୁଏ। ତେବେ ଏସବୁରୁ ବର୍ତ୍ତିବା ପାଇଁ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ।ହଳଦୀ:
ବର୍ଷାଦିନେ ଛୋଟ ପିଲାଙ୍କୁ ଉଷୁମ କ୍ଷୀରରେ ଚିମୁଟାଏ ହଳଦୀ ମିଶାଇ ପିଇବାକୁ ଦେଲେ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଖଣ୍ଡ ହଳଦୀକୁ ବାଟି ମଧ୍ୟ ବିଭିନ୍ନ ତରକାରୀରେ ଉପଯୋଗ କରିହେବ।
ଶୁଣ୍ଠି:
ଶୁଣ୍ଠି ଆମ ଭାରତୀୟ ଗାଁଗହଳିରେ ମହୌଷଧି ଭାବେ ପରିଚିତ। ଏହାକୁ ଗୁଣ୍ଡ କରି ଚା କିମ୍ବା ନଖ ଉଷୁମ କ୍ଷୀରରେ ମିଶାଇ ପିଇଲେ ଥଣ୍ଡା ଓ ସର୍ଦିରୁ ରକ୍ଷା ମିଳେ।ଲବଙ୍ଗ:
ଲବଙ୍ଗ ମଧ୍ୟ ଖୁବ୍ ହିତକାରୀ। ଭୋଜନ ପରେ ଖଣ୍ଡେ ଲବଙ୍ଗ ଚୋବାଇବା ସହ ଚା’ରେ ମଧ୍ୟ ଏହାକୁ ମିଶାଇ ପିଇବା ଉପକାରୀ।
ସକାଳ ସମୟରେ ଅଦା ମିଶ୍ରିତ ଉଷୁମ ପାଣି ପିଇଲେ ପାଚନ କ୍ରିୟା ଭଲ ହେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହା ସହ ଅଦା ଚା’ ପିଇଲେ ଥଣ୍ଡା ରୋଗୀଙ୍କୁ ଆରାମ ମିଳେ।ଗୋଲମରିଚ:
ସର୍ଦି, ଛିଙ୍କ ନିମନ୍ତେ ଗୋଲମରିଚ ଗୁଣ୍ଡକୁ ବିଭିନ୍ନ ଖାଦ୍ୟପାନୀୟରେ ବ୍ୟବହାର କରିବା ଖୁବ୍ ଲାଭଦାୟକ ହୋଇଥାଏ।
ଡାଲଚିନି:
ଡାଲଚିନି ଗୁଣ୍ଡର ବ୍ୟବହାର ଚା କିମ୍ବା ଅନ୍ୟ ତରକାରୀରେ କଲେ ତାହା ଶରୀରକୁ ଶକ୍ତି ଯୋଗାଇଥାଏ।

Leave A Reply