ଭାବନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ନୂଆ ଓ୍ୱାର୍ଡ ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

0
266

ଭବାନୀପାଟଣା :  ମଙ୍ଗଳବାରରେ  ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କଳାହାଣ୍ଡି ଗସ୍ତରେ ଯାଇଛନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ଯକ୍ଷ୍ମା  ଓ୍ୱାର୍ଡ , ଜରା ଚିକିତ୍ସାଳୟ, ନୂତନ  ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ କରିଛନ୍ତି । ଏହା ସହିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ବିଭିନ୍ନ  ଓ୍ୱାର୍ଡ ପରିଦର୍ଶନ କରିଥିଲେ .। ଏହି ଅବସରେ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ଜିଲାର ବରିଷ୍ଠ  ଅଧିକାରୀ ଉପସ୍ଥିତ ଥିଲେ  ।ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ଉପରେ ସମୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here