ଶରୀର ପାଇଁ ଖୁବ୍ ଲାଭଦାୟକ ତେନ୍ତୁଳି

ତେନ୍ତୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ହେଲେ ହୁଏତ ଖୁବ୍ କମ୍ ଲୋକ ଏହାର ଉପକାରୀ ଗୁଣ ବିଷୟରେ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଶରୀର ପାଇଁ କେତେ ଉପକାରୀ ତେନ୍ତୁଳି –

-ତେନ୍ତୁଳି ଖାଇବା ଦ୍ବାରା ମୋଟାପଣ ସମସ୍ୟା ଦୂର ହୋଇଥାଏ। ଏଥିରେ ହାଡ୍ରୋସିଟ୍ରିକ ଏସିଡ଼୍ ରହିଥାଏ ଯାହା ଶରୀରର ମୋଟାପଣକୁ ଧୀରେ ଧୀରେ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଅତ୍ୟଧିକ ଖାଦ୍ୟ ସେବନ ପରେ ତେନ୍ତୁଲି ଖାଇଲେ ଓଜନ ବଢିବା ଭୟ ଦୂର ହୋଇଥାଏ।
-ତେନ୍ତୁଳି କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏଥିରେ ପ୍ରଚୁର ମାତ୍ରରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଟେରଟ୍ରିକ୍ ଏସିଡ ରହିଥାଏ, ଯାହା ଶରୀରରେ କ୍ୟାନସର ସେଲ୍‌କୁ ବଢିବାକୁ ଦେଇ ନଥାଏ।
-ଏହା ବ୍ୟତୀତ ମଧୁମେହ ରୋଗୀମାନଙ୍କ ପାଇଁ ତେନ୍ତୁଳି ବହୁତ ଲାଭକାରୀ ହୋଇଥାଏ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ। ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ତେନ୍ତୁଳି ଜୁସ୍ ଲାଭକାରୀ ସାବ୍ୟସ୍ତ ହୋଇଥାଏ।
-ତେନ୍ତୁଳିରେ ଆଇରନ ଏବଂ ପୋଟାସିୟମ ରହିଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।
-ଯଦି କିଛି ସମୟ କାମ କରିବା ପରେ ଆପଣ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ତେନ୍ତୁଳି ଖାଆନ୍ତୁ। କାରଣ ତେନ୍ତୁଳିରେ ଭିଟାମିନ-ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ସୁସ୍ଥ ରଖିଥାଏ।
-ଖରାଦିନେ ଅଧିକ ଗରମ ପବନ ଯୋଗୁଁ ଶରୀର ଅସୁସ୍ଥ ହୋଇଥାଏ। ତେଣୁ ଗରମ ଦିନେ ଗୋଟିଏ ଗ୍ଲାସ ପାଣିରେ ୨୫ ଗ୍ରାମ ତେନ୍ତୁଳି ଭିଜାଇ ସେହି ପାଣି ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହାବ୍ୟତୀତ ତେନ୍ତୁଳିକୁ ହାତ ଏବଂ ପାଦ ତଳେ ରଖିବା ଦ୍ବାରା ଅତ୍ୟଧିକ ଗରମରୁ ମୁକ୍ତି ମିଳିଥାଏ।
-ବିଛା କାମୁଡ଼ିଥିବା କ୍ଷତ ସ୍ଥାନରେ ମଧ୍ୟ ତେନ୍ତୁଳି ବ୍ୟବହାର କରାଯାଇଥାଏ। ଏହାଦ୍ବାରା ଯନ୍ତ୍ରଣା କମ୍ ହୋଇଥାଏ।

Comments are closed.