ଖାଦ୍ୟରେ ସାମିଲ କରନ୍ତୁ ପିଆଜ ଶଣ୍ଢା : ପାଖ ମାଡ଼ିବନି ହୃଦଘାତ ଓ କର୍କଟ ଭଳି ପ୍ରାଣଘାତୀ ରୋଗ

ପିଆଜ ଶଣ୍ଢା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ହେଲେ ଏହାର ଉପକାରୀ ଗୁଣ ବିଷୟରେ ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏହାର ଉପକାରୀତା ବିଷୟରେ ଜାଣିଲେ ଆପଣ ଏହାକୁ ପ୍ରତିଦିନ ଖାଇବା ଆରମ୍ଭ କରିଦେବେ ଏବଂ ଯେଉଁମାନେ ଏହାକୁ ଖାଇବାକୁ ନାପସନ୍ଦ କରନ୍ତି ସେମାନେ ମଧ୍ୟ ନିଶ୍ଚିତ ରୂପେ ଖାଦ୍ୟରେ ସାମିଲ କରିବେ। ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି। ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ-ସି, ଭିଟାମିନ ଡି-୨, ଭିଟାମିନ-ଏ ଆଦି ରହିଥାଏ। ଏସବୁ ଶରୀର ପାଇଁ ଖୁବ୍ ଆବଶ୍ୟକୀୟ। ଏହା ସହିତ ଏଥିରେ ଫସଫରସ, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ, ମାଙ୍ଗାନିଜ ଏବଂ ଫାଇବର ଆଦି ରହିଥାଏ। ତେବେ ଆସନ୍ତୁ ଜାଣିବା ପିଆଜ ଶଣ୍ଢା ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ –

-ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍ ପିଆଜ ଶଣ୍ଢା ରସ ପିଇଲେ ହୃଦ୍‌ଘାତରୁ ମୁକ୍ତି ମିଳିବ।
– ପିଆଜ ଶଣ୍ଢାରେ ଭରପୂର ମାତ୍ରାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଡିଏନ୍ଏକୁ କ୍ଷତି ପହଞ୍ଚିବାରୁ ରୋକିଥାଏ।
-ଏଥିରେ ଥିବା ଭିଟାମିନ-ସି ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ।
-ପିଆଜ ଶଣ୍ଢାରେ ଥିବା ସଲଫର୍ ଧମନୀ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ।
-ଏହାକୁ ଖାଇବା ଦ୍ୱାରା ଇନ୍ସୁଲିନ୍ ସ୍ତର ସନ୍ତୁଳିତ ରହିଥାଏ।
-ଏହା ଶରୀରକୁ କ୍ରିୟାଶୀଳ କରିଥାଏ।
-ଏହାର ସେବନ କର୍କଟ ରୋଗ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ।

Comments are closed.