ନିୟମିତ ପିଅନ୍ତୁ ମିଶ୍ରି ପାଣି : ଦୂର ହେବ ଅନେକ ସମସ୍ୟା

0
369
image courtesy-www.wahhindi.com

ସାଧାରଣତଃ ମିଶ୍ରି ଆମ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ ହୋଇଥାଏ। ଏହା ଭଗବାନଙ୍କ ପାଖରେ ଭୋଗରେ ଲାଗିବା ସହ ଆମ ଶରୀରର ମଧ୍ୟ ବହୁତ ଉପକାର କରିଥାଏ। ମିଶ୍ରି ପାଣି ତ କେତେବେଳେ କେମିତି ଆମେ ନିଶ୍ଚୟ ପିଇଥାଆନ୍ତି, ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଅବଗତ ଯେ ନିୟମିତ ମିଶ୍ରି ପାଣି ପିଇବା ଦ୍ବାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ତେବେ ଚାଳନ୍ତୁ ଜାଣିବା ନିୟମିତ ମିଶ୍ରି ପାଣି ପିଇବା ଦ୍ବାରା ଆମର କି ଉପକାର ହୋଇଥାଏ –

୧. ରାତିରେ ଏକ ଗ୍ଲାସ୍ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ନିତ୍ୟକର୍ମ ପରେ ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
୨. ସକାଳୁ ମିଶ୍ରିପାଣି ପିଇବା ଦ୍ବାରା ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ସନ୍ତାନ ହୀନତା ଓ କାଶ ସମସ୍ୟାରୁ ମୁକ୍ତି ମିଳିଥାଏ।
୩. ନିୟମିତ ମିଶ୍ରି ପାଣି ପିଇଲେ ଏହା ମସ୍ତିଷ୍କର ସ୍ମୃତି ଶକ୍ତି ବୃଦ୍ଧି କରେ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।
୪. ମିଶ୍ରି ପାଣି ପିଇବା ଦ୍ବାରା ଶରୀରରେ ଶର୍କରାର ଅଭାବ ପୂରଣ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
୫. ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ମଧ୍ୟ ହ୍ରାସ କରିଥାଏ।
୬. ମିଶ୍ରି ପାଣି ପିଇଲେ ରକ୍ତଚାପ ଓ ହରମୋନ୍ ସ୍ତର ନିୟନ୍ତ୍ରିତ ରହିଥାଏ।
୭. ଏହି ପାଣି ନିୟମିତ ପିଇବା ଦ୍ବାରା ତ୍ବଚା ଉଜ୍ଜ୍ୱଳ ହୋଇଥାଏ।
୮. ଗଳାର ବିଭିନ୍ନ ସମସ୍ୟା ଦୂର କରିବାରେ ମିଶ୍ରି ପାଣି ସହାୟକ ହୋଇଥାଏ।

LEAVE A REPLY

Please enter your comment!
Please enter your name here